ଜୟପୁର: ଜୟପୁର ସ୍ଥିତ ମା ଭଗବତୀ ମନ୍ଦିରରେ ଆଜି ଠାରୁ ଷୋଡଷ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ଅଧିଷ୍ଠାତ୍ରି ମା ଦକ୍ଷିଣ କାଳିକା ମନ୍ଦିରରେ ମଧ୍ୟ ଷୋଢଶ ପୁଜା ଆରମ୍ବ ହୋଇଛି । ମୁଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଦେବୀପୀଠକୁ ଦଶହରାରେ ଯୋଗଦେବାକୁ ନିମନ୍ତ୍ରଣ ଆରମ୍ବ ହୋଇଛି । ଏହି ଅବସରରେ ଆଜି ସକାଳୁ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିର ଠାରେ ଶହସ୍ର କୁମ୍ଭାଭିଷେକ କରାଯାଇଥିଲା । ପରେ ମା ଙ୍କ ପୁଜକ ବିରେନ୍ଦ୍ର ରଥ ପୁଜାଚ୍ଚନା, ଆଳତି କରିବା ସହ ଦେବୀଙ୍କ ଆଜ୍ଞାମାଳ ଜୟପୁର ପୁଜା କମିଟିର ଅଧ୍ୟକ୍ଷ ତାରା ପ୍ରସାଦ ବାହିନିପତିଙ୍କୁ ପ୍ରଦାନ କରିଥିଲେ । ପୁଜା ସମୟରେ ଦୋବୋତର ଅଧିକାରି ତଥା ଜୟପୁର ତହସିଲଦାର ସାଗରିକା ଷଡଙ୍ଗି ,ବିଭାଗ କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପାରମ୍ପାରିକ ରିତି ଅନୁଯାଇ ମାଁ ଭଗବତୀ ଙ୍କ ନିକଟରେ ପୁଜା ପାଠ ଆଳତି କରାଯାଇ ଶାନ୍ତି ଶୃଙ୍ଖଳା କିପରି ଦଶହରା ପର୍ବ ପାଳିତ ହୋଇପାରିବ ସେନେଇ ପୁଜା କରାଯାଇଥିଲା । ଦଶହରା ଦିନ ଦଶହରା ପଡିଆରେ ଅପରାଜିତା ପୁଜା ପରେ ଦଶହରା ସମାପ୍ତ ହୁଏ । ୧୬ ଦିନ ଶାନ୍ତି ଶୃଙ୍ଖଳାରେ ମହୋତ୍ସବ ପାଳନ କରିବା ନେଇ ଏହି ଆଜ୍ଞାମାଳ ଗ୍ରହଣ କରାଯାଇଥାଏ । ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବି ପୀଠରୁ ଦେବୀଙ୍କ ପ୍ରତିକ ଲାଠି,ଖଡଗ, ଛାତ୍ର, ବିମାନକୁ ଭକ୍ତ ମାନେ ହାତରେ କାନ୍ଧରେ ବୋହି ଚାଲି ଚାଲି ଜୟପୁର ଠାରେ ଦଶମ ତିଥିରେ ପହଞ୍ଚି ଜୟପୁର ବାସୀଙ୍କୁ ଆଶିବାଦ କରନ୍ତି । ଏହି ଲାଠି ଧାରି ମାନଙ୍କୁ ଦଶହରା ପଡିଆରେ ପାରମ୍ପରିକ ନିତିରେ ପୁଜାଚ୍ଚନା କରାଯାଇଥାଏ ଅପରାଜିତା ପୁଜା କରାଯାଇଥାଏ । ଆଜି ଠାରୁ ଅଧିଷ୍ଠାତ୍ରୀ ମା ଭଗବତି , ଦକ୍ଷିଣ କାଳିକା ଠାରେ ୧୬ ଦିନ ବ୍ୟାପି ହୋମ , ଚଣ୍ଡି ପାଠ ସ୍ୱତନ୍ତ୍ର ପୁଜା ଅଖଣ୍ଡ ଦୀପ ଲାଗି ପୁଜା ଅନୁଷ୍ଠିତ ହୋଇଛି । ଅଧିଷ୍ଠାତ୍ରୀ ମା ଭଗବତୀଙ୍କ ବିଜୟା ଭ୍ରମଣ ଅକ୍ଟୋବର ୧୫ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲିବା । ୨୪ ତାରିଖ ଦଶହରା ଦିନ ରାବଣ ପୋଡି ସହ ୪ଟି ବିମାନ ଦଶହରା ପଡିଆରେ ଅପରାଜିତା ପୁଜାରେ ସାମିଲ ହୋଇ ପୁଜା ସାରି ମନ୍ଦିରକୁ ଫେରିବେ ।