ଚମ୍ପୁଆ : ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦୈନିକ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଗାଇ ଦେବାର ନିୟମ ରହି ଥିବାବେଳେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋଧୂଳି ପ୍ରାଥମିକ ବିଦ୍ୟାଳୟରେ ଗତ ଏକ ସପ୍ତାହରୁ ଅଣ୍ଡା ଦିଆ ଯାଉ ନ ଥିବା ଅଭିଯୋଗ ପରେ ଆଜି ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିଥିବା ଜଣା ପଡିଛି । ଚମ୍ପୁଆ ଏନ ଏ ସି ଅନ୍ତର୍ଗତ ଗୋଧୂଳି ପ୍ରାଥମିକ ବିଦ୍ୟାଳୟରେ ଅଣ୍ଡା ଦର ବୃଦ୍ଧି ଆଳ ଦେଖାଇ ଏକ ସପ୍ତାହ ଧରି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଯୋଗାଇ ଦିଆ ଯାଉ ନ ଥିବା ଜଣା ପଡିଛି l ତେବେ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେବା ସହିତ ଏହାକୁ ନେଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା । ତେବେ ଅଭିଯୋଗ ପରେ ଆଜି ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ନାଏକ ମିଳିତ ଭାବେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦର ବୃଦ୍ଧି ଆଳ ଦେଖାଇ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେଇ ନ ଥିବା ସତ୍ୟା ସତ୍ୟ ଜଣା ଯିବା ପରେ ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିବା ସହ ଶୀଘ୍ର ପିଲାଙ୍କୁ ଯେତେ ଦିନର ଅଣ୍ଡା ଦିଆ ଯାଇ ନାହିଁ ତାହା ଯୋଗାଇ ଦେବାକୁ ଚେତାବନି ଦେଇଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରୁ ଜଣା ପଡିଛି ।