ଭୁବନେଶ୍ୱର : ଭଟଲିରେ ବିଜେପି ପକ୍ଷରୁ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁଦାନ ସତ୍ତ୍ୱେ ରାଜ୍ୟ ସରକାର କାମ ଆରମ୍ଭ କରୁନଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଭଟଲି -ଅମ୍ବାଭୋନା -ଛତିଶଗଡ଼ ରାଜ୍ୟ ରାଜପଥ ସମରଧରାରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଆନ୍ଦୋଳନରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ,ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ । କେନ୍ଦ୍ର ସରକାର ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଜରିମୁଲିରୁ ପୂଜାରିପାଳି ଘାଟ ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ପାଇଁ ସମ୍ପୂର୍ଣ ଖର୍ଚ୍ଚ 274 କୋଟି ଟଙ୍କା ଦେଇଥିବା ସତ୍ତ୍ୱେ ଓଡିଶା ରାଜ୍ୟ ସରକାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନଥିବା ପ୍ରତିବାଦରେ ଗଣଧାରଣା ଦେଇଛି ବିଜେପି । ଅମ୍ବାଭୋନା ବ୍ଲକ ବିଜେପି ପକ୍ଷରୁ ଏନେଇ ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି ।