ହାଙ୍ଗଝୋ : ଏସୀୟ କ୍ରୀଡାରେ ଭାରତ କ୍ରିକେଟ ଟିମ୍ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ପୁରୁଷ କ୍ରିକେଟ ଇଭେଣ୍ଟର ଫାଇନାଲ ମ୍ୟାଚକୁ ବର୍ଷା କାରଣରୁ ବାତିଲ କରାଯାଇଛି । ଆଇସିସି ଟି-20 ରାଙ୍କି ଆଧାରରେ ଭାରତୀୟ କ୍ରିକେଟ ଟିମକୁ ବିଜେତା ଘୋଷଣା କରାଯାଇଥିଲା । ରାଙ୍କିରେ ଭାରତୀୟ ଟିମ୍ ପ୍ରଥମ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି । ତେଣୁ ଭାରତୀୟ ଟିମକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ଅନ୍ୟପଟେ ଆଫଗାନ ଟିମକୁ ରୌପ୍ୟରେ ସନ୍ତୁଷ୍ଟି ହେବାକୁ ପଡିଛି ।
ଭାରତୀୟ ପୁରୁଷ କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ଏସୀୟ କ୍ରୀଡାରେ ଭାଗ ନେଇଥିବା ବେଳେ ପ୍ରଥମ ଥରରେ ସ୍ୱର୍ଣ୍ଣ ପଦକ ଜିତିଛି ।ଫାଇନାଲରେ ଭାରତୀୟ କ୍ୟାପଟେନ ଋତୁରାଜ ଗାୟକୱାଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଆଫଗାନିସ୍ତାନ ବ୍ୟାଟିଂ କରି 18.2 ଓଭରରେ 5ଟି ୱିକେଟ ହରାଇ 112 ରନ୍ କରିଥିଲା । କିନ୍ତୁ ଏହାପରେ ବର୍ଷା କାରଣରୁ ମ୍ୟାଚକୁ ରଦ୍ଦ କରାଯାଇଥିଲା ।