କଟକ/ଭୁବନେଶ୍ୱର : ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାରେ କ୍ରାଇମବ୍ରାଂଚ ସାଇବର ସେଲ୍ ଓ ସାଇବର ଥାନାରେ ଏତଲା ଦେଇଛି ବୋର୍ଡ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅନୁରୋଧ କରିଛି ।
ସୂଚନା ଅନୁଯାୟୀ ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ଚାଲୁଥିବା ବେଳେ କିଛି ୟୁଟ୍ୟୁବ୍ ଚ୍ୟାନେଲରେ ପରୀକ୍ଷା ପ୍ରଶ୍ନପତ୍ର ଓ ଉତର ଭାଇରାଲ ହୋଇଥିଲା ।