ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ରାସ୍ତାରେ ଦୁଇ ଜଣ ମହିଳା ଉଲଗ୍ନ ଭାବେ ଚାଲି ଚାଲି ଯିବା ଘଟଣା ସମ୍ପର୍କରେ ସୂଚନା ଦେଇ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି ଯେ, ଏହି ଦୁଇ ମହିଳା କିଏ, ସେମାନଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇପାରିନି । ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଆସ୍ଥାଗୃହ ଓ ଅନ୍ୟ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । କେଉଁ ପରିସ୍ଥିତିରେ ସମ୍ପୃକ୍ତ ଦୁଇ ମହିଳାଙ୍କ ଏପରି ଅବସ୍ଥା ହେଲା ତାହାର ତଦନ୍ତ ଚାଲିଛି ।
ପ୍ରକାଶ ଥାଉକି, ଶୁକ୍ରବାର ଦିନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଏହି ଦୁଇ ମହିଳା ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।