ନୂଆଦିଲ୍ଲୀ : କେଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ଦିନ କହିଛନ୍ତି ଦେଶରେ ସୁଚାରୁ ପରିବହନ ପାଇଁ ପୁରୁଣା ମୁଳୁଦୁଆକୁ ମଜଭୁତ୍ କରିବା ହେଉଛି ମୋଦୀ ସରକାରର ପ୍ରାଥମିକତା । କେନ୍ଦ୍ରୀୟ ସଡକ ଏବଂ ଭିତିଭୂମି ପାଣ୍ଠିକୁ ବଢାଇବା ପାଇଁ ହିମାଚଳ ପ୍ରଦେଶର ଉନା ଏବଂ କାଂଗଡା ଅଞ୍ଚଳ ପାଇଁ ୧୫୪.୨୫ କୋଟି ଟଙ୍କାର ଯୋଜନା ମଂଜୁରୀ କରିଛନ୍ତି ।
ଗଡକରି ଏକ୍ସରେ କହିଛନ୍ତି ବର୍ତମାନ ପାଇଁ ହିମାଚଳ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି । ଏହି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ହିମାଚଳର ଭିତିପ୍ରସ୍ତର ଢାଞ୍ଚାର ପରିବର୍ତନ ପାଇଁ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ମନ୍ତ୍ରୀ କହିଛନ୍ତି ୫୦.୬୦ କୋଟି ମୁଲ୍ୟରେ ସ୍ୱା ନଦୀ ଉପରେ ଓ ୧୦୩.୬୫ କୋଟି ମୁଲ୍ୟରେ ବ୍ୟାସ ନଦୀ ଉପରେ ପୋଙ୍ଗ ବନ୍ଧ ନିର୍ମାଣ କରାଯିବ ।