ଶିମଲା : କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ଜାତୀୟ ଶିକ୍ଷାନୀତିରେ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତୀୟ ଉଚ୍ଚ ଅଧ୍ୟୟନ ସଂସ୍ଥାନ ଶିମଲାରେ ଶୁକ୍ରବାର ଦିନ ‘ଭାରତୀୟ ଭାଷାର ପାରସ୍ପରିକ ସମ୍ବନ୍ଧ’ ଉପରେ ତିନିଦିବସୀୟ ଜାତୀୟ ସେମିନାରର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର କହିଛନ୍ତି ଯେ, ଭାରତ ଏକ ବହୁଭାଷୀ ରାଷ୍ଟ୍ର ଅଟେ । ଏବଂ ଜାତୀୟ ଶିକ୍ଷାନୀତି-2020ରେ ଭାରତୀୟ ଭାଷା ବିଶେଷ କରି ମାତୃଭାଷାକୁ ଶିକ୍ଷଣ-ପ୍ରଶିକ୍ଷଣର ମାଧ୍ୟମ କରାଯିବା ଉଚିତ । ଏହି ଦିଗରେ ବିଭିନ୍ନ ଭାରତୀୟ ଭାଷାର ପର୍ଯ୍ୟବେକ୍ଷଣ ସ୍ଥାନରୁ ଭାରତୀୟ ଭାଷାର ପାରସ୍ପରିକ ଏକତା ଉପରେ ବିଚାରବିମର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଦିଗରେ ଅନେକ କାର୍ଯ୍ୟ ଜାରି ରହିଛି । ଶବ୍ଦ କୋଷ ନିର୍ମାଣ, ପାଠ୍ୟ ସାମଗ୍ରୀ ନିର୍ମାଣ, ନିଯୁକ୍ତି ନିମନ୍ତେ ପରୀକ୍ଷା ଆଦି ଜାରି ରହିଛି । ଏହି ସେମିନାରରେ ହୋଇଥିବା ବିଚାରବିମର୍ଷ ଏହି ପ୍ରୟାସର ମାର୍ଗକୁ ପ୍ରଶସ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।