ଭୁବନେଶ୍ୱର : ମୟୂରଭଞ୍ଜର ଆଦିବାସୀ ମହିଳାଙ୍କୁ ବ୍ୟାଙ୍କ ମିତ୍ର ଚାକିରିରୁ ନିଲମ୍ବନ ପ୍ରସଙ୍ଗ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ ପହଞ୍ଚିଛି । ନ୍ୟାୟ ପାଇଁ ଲଢ଼େଇ ପରିବାର ନାମକ ଏକ ସଂଗଠନ ପକ୍ଷରୁ ଏନଏଚଆରସିରେ ପିଟିସନ୍ ଦାୟର କରାଯାଇଛି । ପିଟିସନ୍ ରେ ଦର୍ଶଯାଇଛି ଯେ ବିନା ନୋଟିସରେ ଭାରତୀ ସିଂଙ୍କୁ ନିଲମ୍ବନ କରିବା ସମ୍ପୂର୍ଣ୍ଣ ମାନବାଧିକାର ଉଲ୍ଲଙ୍ଘନ । ଓଡ଼ିଶା ସରକାରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପିଟିସନ୍ ରେ ପ୍ରାର୍ଥନା କରାଯାଇଛି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।