ନୂଆଦିଲ୍ଲୀ : ବିମାନର ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଟାଟା ନେତୃତ୍ୱାଧୀନ ଏୟାର ଇଣ୍ଡିଆ ଦିଲ୍ଲୀରେ ଏକ ବୃହତ ଷ୍ଟୋରେଜ୍ ୟୁନିଟର ଶୁଭାରମ୍ଭ କରିଛି । ଇନ୍ଦିରା ଗାନ୍ଧି ଏୟାରପୋର୍ଟ ନିକଟରେ ପ୍ରଥମ ଇଞ୍ଜିନିୟରିଂ ମେଗା ଗୋଦାମ ଏଠାରେ ନିର୍ମାଣ କରାଯାଇଛି । ଟର୍ମିନାଲ୍ -3 ନିକଟରେ ପ୍ରାୟ 54 ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଥିବା କେନ୍ଦ୍ରୀୟ ସଂରକ୍ଷଣ ୟୁନିଟ୍ ଯୋଗୁ ରାଜଧାନୀ ଦିଲ୍ଲୀରେ ଉଡାଣର ସଞ୍ଚାଳନ ସମୟରେ ସୁଧାର ଆସିବ ।
ଏୟାର ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଦିନ ଏକ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀଭୂତ ଷ୍ଟୋରେଜ୍ ୟୁନିଟ୍ ଦ୍ୱାରା ହାର୍ଡୱେୟାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ତଥା ଜଟିଳ ଆଭିଏନିକ୍ସ, ହାଇଡ୍ରୋଲିକ୍ସ, ଷ୍ଟ୍ରକଚରାଲ୍ ଏବଂ ମେକାନିକାଲ୍ ଉପାଦାନ ପର୍ଯ୍ୟନ୍ତ ବିମାନ ସ୍ପେୟାର, ଉପକରଣ ଏବଂ ଅନ୍ୟାନ୍ୟ ଉପାଦାନ ସଂରକ୍ଷଣ ହୋଇପାରିବ। ଏହା ଆମର ସମସ୍ତ ଇଞ୍ଜିନିୟରିଂ ଆବଶ୍ୟକତା ପାଇଁ ୱାନଷ୍ଟପ ସମାଧାନ ଭାବେ ଆମ ପରିଚାଳନାକୁ ବିଶ୍ୱାସଯୋଗ୍ୟ କରାଇବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ