ମାଲକାନଗିରି : ସଙ୍କଟରେ ଡ୍ରପଆଉଟ୍ ଛାତ୍ରଛାତ୍ରୀ । ସାରା ଦେଶ ତୁଳନାରେ ଓଡିଶାରେ ଅଧାରୁ ପାଠ ଛାଡି ଥିବା ଛାତ୍ର ଛାତ୍ରୀ ବା ଡ୍ରପଆଉଟ ପିଲାଙ୍କ ସଙ୍ଖ୍ୟା ଯଥେଷ୍ଟ ଅଧିକ । ପିଲାଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିବା ଲାଗି କେନ୍ଦ୍ର ର ଷ୍ଟାର୍ସ ଯୋଜନା କାର୍ଯ୍ୟକାରୀ ହେଉ ଥିଲେ ହେଁ ଅନୁଦାନ ଅଭାବରୁ କିନ୍ତୁ ଏହି ଯୋଜନା ଓଡିଶା ରେ ଫେଲ ମାରିଛି ।
ମାଲକାନଗିରି ଜିଲ୍ଲାରେ ୨ଟି ବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଇ ଡ୍ରପଆଉଟ୍ ପିଲାଙ୍କୁ ପାଠ ପଢା ଜାରି ରହି ଥିଲେ ହେଁ ଚଳିତ ଶିକ୍ଷା ବର୍ଷରେ ଅନୁଦାନ ଅଭାବରୁ ପିଲା ଏବେ ହେଷ୍ଟେଲ ରେ ରହି ପାଠ ପଢିବାରୁ ବଂଚିତ ହୋଉଛନ୍ତି । ଆଉ କୌଣସି ସୁଫଳ ନ ପାଇ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଡ୍ରପଆଉ ଟ୍ ପିଲା ଓ ଅଭି ଭାବକ ।ଆଗକୁ ଭବିଷ୍ୟତ ଅନ୍ଧକାର ଦେଖି ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡ୍ରପ ଆଉଟ୍ ପିଲା । ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଅ, ହେଷ୍ଟେଲ ସୁବିଧା ଯୋଗାଇ ଦିଅ । ଏମିତି କିଛି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମାଲକାନଗିରି ତାର୍ଲାକୋଟା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଡ୍ରପଆ ଉଟ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧାରୁ ପାଠ ଛାଡି ଥିବା ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ଲାଗି କେନ୍ଦ୍ର ସରକାରଙ୍କ ଷ୍ଟାର୍ସ ଯୋଜନା କାର୍ଯ୍ୟକାରୀ ହେଉଛି । ଜିଲ୍ଲାର ଅଁଳାପଦର ଉଚ୍ଚ ବିଦ୍ୟାଳୟ ଓ ତାର୍ଲାକୋଟା ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଉଭୟ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ୫୦-୫୦ ପିଲାଙ୍କ ରହିବା ଓ ପାଠପଢାର ବ୍ୟବସ୍ଥା କରାଯାଇଥିଲା । ୨୦୨୨ -୨୩ ଶିକ୍ଷା ବର୍ଷରେ ସବୁ କିଛି ଠିକ୍ ଠାକ୍ ଥିଲା । ତେବେ ଚଳିତ ଶିକ୍ଷା ବର୍ଷରେ ଆଉ ଅନୁଦାନ ନଆସି ବାରୁ ହେଷ୍ଟେଲ ବନ୍ଦ ହୋଇ ଯାଇଛି । ଫଳରେ ଦୁର୍ଗମ ତଥା ଦୁର ଦୁରାନ୍ତରୁ ଆସିଥିବା ପିଲାମାନେ ପୁଣି ବିଦ୍ୟାଳୟ ଛାଡୁଥିବା କହିଛନ୍ତି ।୨୦୨୧ରେ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ପରେ ଓଡିଶା ସମେତ ମହାରଷ୍ଟ୍ର, ହିମାଂଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ କେରଳରେ ଷ୍ଟାର୍ସ ଯୋଜନାର ଶୁଭାରମ୍ଭ ହୋଇଥିଲା । ଶିକ୍ଷାର ମାନ ଓ ଭିତିଭୂମି ଲାଗି ବିଶ୍ୱ ବ୍ୟାଙ୍କ ମାଧ୍ୟମରେ ୫ ହଜାର ୭୧୮ କୋଟି ଟଙ୍କା ମଂଜୁର କରାଯାଇଥିଲା । ସେହି ଅର୍ଥରେ ୨୦୨୪-୨୫ ଶିକ୍ଷା ବର୍ଷ ଯାଏଁ ଚାଲିବା ଲାଗି ସ୍ଥିର ହୋଇଥିଲେ । ତେବେ ମେଘାଳୟରେ ୨୧.୭ ପ୍ରତିଶତ ଓ ବିହାର ରେ ୨୦.୫ ପ୍ରତିଶତ ଡ୍ରପଆଉଟ ହାର ରହିଥିବା ବେଳେ ଓଡିଶାରେ ସର୍ବାଧିକ ୨୭.୩ ପ୍ରତିଶତ ଡ୍ରପଆ ଉଟ ପିଲା ରହିଛନ୍ତି ।
ମାଲକାନଗିରି ନୁହଁ ବରଂ ପୁରା ରାଜ୍ୟରେ ଷ୍ଟାର୍ସ ଯୋଜନାରେ ଅନୁଦାନ ଆସିନଥିବା ଜଣା ପଡିଛି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମନ୍ୱୟ ରକ୍ଷା କରି ଅନୁଦାନ ପ୍ରଦାନ ସହ ଅବିଳମ୍ବେ ବିକଳ୍ପ ବ୍ୟବସ୍ଥା କରି ଏହି ଡ୍ରପଆ ଉଟ ଛାତ୍ର ଛାତ୍ରୀଙ୍କୁ ଥଇଥାନ କରିବା ଲାଗି ଦାବୀ ହୋଇଛି ।