ଜୟପୁର : ମେଡ଼ିକାଲ ନିର୍ମାଣ ଦାବିରେ ୪୮ ନମ୍ବର ରାଜ୍ୟ ରାଜପଥ ଅବରୋଧ । ଜୟପୁର ବ୍ଲକ ରାଣିଗଡ଼, କେବିଡ଼ି ଏବଂ ଗୁଜୁନିଗୁଡା ପଞ୍ଚାୟତର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ନୂତନ ମେଡ଼ିକାଲ ନିର୍ମାଣ ପାଇଁ ବାଲି ପୂଜାରିପୁଟ ନିକଟରେ ୭ ଏକର ଜମି ଚିହ୍ନଟ କରାଯାଇଥିଲା ।
ଟେଣ୍ଡର ମଧ୍ୟ ଶେଷ ହୋଇଥିଲା କୌଣସି କାରଣ ବଶତଃ ମେଡ଼ିକାଲ ନିର୍ମାଣ ଟେଣ୍ଡର ବାତିଲ ହେବା ଖବର ପାଇ ତିନି ପଞ୍ଚାୟତବାସୀ ୪୮ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପଞ୍ଚାୟତବାସୀଙ୍କ ଦାବି ହେଲା ପୁନଃ ଟେଣ୍ଡରକୁ ସକ୍ରିୟ କରି ନୂତନ ମେଡ଼ିକାଲ ନିର୍ମାଣ କରାଯାଉ ।
ନିମ୍ନମାନର ରାସ୍ତା କାମ ପାଇଁ ରାସ୍ତାରୋକ୍, ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ରାଜ୍ୟ ରାଜପଥ ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା ।