ନୂଆଦିଲ୍ଲୀ : ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ଦେଇଥିବା କ୍ଲୋଜର ରିପୋର୍ଟ ଉପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଅତିରିକ୍ତ ସେସନ୍ସ ବିଚାରପତି ଛବି କପୁର ଆଜି ଅନୁପସ୍ଥିତ ଥିବାରୁ ନିଷ୍ପତ୍ତି ଆସିପାରିନଥିବା ଜଣାପଡିଛି । ନଭେମ୍ବର 25ରେ କୋର୍ଟ ତାଙ୍କ ରାୟ ଶୁଣାଇବେ ।
ଅଗଷ୍ଟ 1 ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ପୀଡିତ ନାବାଳିକା ଯୋଦ୍ଧା ଓ ତାଙ୍କ ପିତା ପୋଲିସର ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ନାବାଳିକା ଓ ତାଙ୍କର ପିତାଙ୍କ ବୟାନ ଇନ-କ୍ୟାମେରା ରେକର୍ଡ କରାଯାଇଥିଲା । ଦିଲ୍ଲୀ ପୋଲିସର କ୍ଲୋଜର ରିପୋର୍ଟ ଉପରେ ଶୁଣାଣି କରି କୋର୍ଟ ଅଭିଯୋଗକାରୀ ନାବାଳିକାଙ୍କୁ ଜୁଲାଇ 4ରେ ନୋଟିସ କରିଥିଲେ ।