ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ ନେଇ ଧମକ ସମ୍ବନ୍ଧୀୟ ଏକ ଇ- ମେଲ୍ ମୁମ୍ବାଇ ପୋଲିସ କଂଟ୍ରୋଲ ରୁମ୍ କୁ ଆସିବା ପରେ ପୋଲିସ ସତର୍କ ହୋଇଉଠିଛି । ଏହି ଧମକପୂର୍ଣ୍ଣ ଇ-ମେଲ୍ କରିଥିବା ବ୍ୟକ୍ତି ବିରୋଧରେ ମାମଲା ରଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୁମ୍ବାଇ ପୋଲିସ କଂଟ୍ରୋଲ ରୁମ୍ କୁ ଗୁରୁବାର ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ଇ-ମେଲ୍ ଜରିଆରେ ସରକାରଙ୍କୁ ୫୦୦ କୋଟି ଟଙ୍କା ମଗାଯାଇଛି । ଟଙ୍କା ନଦେଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନାମରେ ଗୁଜୁରାଟରେ ନିର୍ମାଣ ହୋଇଥିବା ଷ୍ଟାଡ଼ିୟମ୍ ଉପରେ ଆକ୍ରମଣ କରିବାକୁ ଧମକ ଦିଆଯାଇଛି । ଏହି ଇ-ମେଲ୍ ରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ତୁମେ ସୁରକ୍ଷା ବ୍ୟବସ୍ଥା ଯେତେ ବି ବଢାଅ, ତୁମେ ଆମ ଠାରୁ ବଂଚି ପାରିବ ନାହିଁ । ଘଟଣା ପରେ ମୁମ୍ବାଇ ପୋଲିସ ଟିମ୍ ସାଇବର୍ ପୋଲିସ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।