ବଲାଙ୍ଗୀର : ବଲାଙ୍ଗିର ପି.ପି.ଏକାଡେମି ଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ଵରେ ଆଗାମୀ ୧ ନଭେମ୍ବର ୨୦୨୩ ରେ ବଲାଙ୍ଗିର ଦିନ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ନଭେମ୍ବର ୧ ରେ ଧୁମଧାମରେ ବଲାଙ୍ଗିର ଦିନ ପାଳନ ହେବାକୁ ଯାଉଛି । ଏହି ପ୍ରସ୍ତୁତି ବୈଠକରେ ବଲାଙ୍ଗିର ର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ଏହି ବର୍ଷର କାର୍ଯ୍ୟକ୍ରମ ଗୁଡିକୁ ପ୍ରସ୍ଥାବ ଦିଆଯାଇଛି । କେମିତି ଭାବରେ ବିଭିନ୍ନ ପଡା ଓ ଗ୍ରାମାଞ୍ଚଳ ତଥା ସବ୍ଡିଭିଜନ, ବ୍ଲକ ସ୍ତରରେ ବଲାଙ୍ଗିର ଦିନ ପାଳନ ହୋଇ ପାରିବ ତାହା ପ୍ରୟାସ କରାଯାଉଛି ଏବଂ ଏ ବର୍ଷର ବଲାଙ୍ଗିର ଦିନ ପାଳନକୁ ଅଧିକ ସରସ, ସୁନ୍ଦର ଏବଂ ଏକ ବାର୍ତ୍ତା ନେଇ କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ଓ ସ୍ୱାଭିମାନ ବଞ୍ôଚ ରହିବ ତା ସହିତ ବିଭିନ୍ନ ଲୁଚି ଯାଉଥିବା ପରମ୍ପରାକୁ ପୁର୍ନଜିବିତ ରଖିବା ପାଇଁ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯିବ । ଏହି ସବୁକୁ ସୁନ୍ଦର ଭାବେ ପରିଚାଳନା ପାଇଁ ଆଠ ଗୋଟି କମିଟି ଗଠନ କରାଯାଇଛି । ଏଥିରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଂଗଠନର ପ୍ରତିନିଧ ରହିଛନ୍ତି । ଆଗାମୀ ଦିନରେ ବିଭିନ୍ନ କମିଟିର ବୈଠକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି ବୈଠକରେ ବିକ୍ରମାନନ୍ଦ ବହିଦାର, ପ୍ରତାପ ରଥ, ମନୋରଞ୍ଜନ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଲୋଟସ ଷଡଙ୍ଗୀ, ସନ୍ତୋଷ ସାହୁ, ମୁନା ପଟ୍ଟନାୟକ, ବିଦୁଭୂଷଣ ତ୍ରିପାଠି, ଦିନେଶ ଶର୍ମା, ଅଙ୍କୁଶ ପାଣ୍ଡିଆ, ଅଙ୍କିତ ସାହୁ, ଚିତ୍ରସେନ ବେହେରା, ଅପ୍ରମିତ ପରିଚ୍ଛା, ବ୍ରହ୍ମାନନ୍ଦ ବନଛୋର, ସୌମ୍ୟ ପଣ୍ଡା, ଗୋପାଳ ପଧାନ, ଚିତ୍ତ ରଂଜନ ମିଶ୍ର, ଅନିଲ ମୋଦି, ବୁଲୁ ଦାନୀ, ରଞ୍ଜିତ ପଧାନ, ବିରେନ୍ଦ୍ର ପାଣ୍ଡେ, ପ୍ରଶାନ୍ତ ନାଏକ, ବିନୋଦ କାଲସାଏ, ସୁଧିର ମିଶ୍ର, ରବି ଖମାରୀ, ଥବିର କର୍ମୀ, ସୋମନାଥ ମିଶ୍ର, ବିକାଶ ସା, ସଙ୍ଗିତା ଦାସ, ରାମ ଦାସ, କିଶୋର ଜାଲ, ସଞ୍ଜିବ ସାହୁ, ସଞ୍ଜିବ କୁଅଁର, ବିରେନ୍ଦ୍ର ଝାଙ୍କର, ନିରୋଜ ମିଶ୍ର, ରୋଶନ ଭୋଇ, ମନୋରଞ୍ଜନ ବିଶ୍ୱାଲ, ମାନସ ସାହୁ, ସନୁ ମନହିରା, ଶିବମ ଭୋଇ, ଚିନ୍ମୟ ବେହେରା, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।