ଜୟପୁର : ବିଜେପି କୃଷକ ମୋର୍ଚା କୋରାପୁଟ ଜିଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପଜିଲାପାଳଙ୍କ କାଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୭ ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କୃଷି ଯନ୍ତ୍ରପାତି କିଣାରେ ଦିଆଯାଉଥିବା ରିହାତି ସବ୍ସିଡି କାରବାରରେ ବ୍ୟାପକ ଦୁର୍ନିତିର ସିବିଆଇ ତଦନ୍ତ କରିବା, ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀ ସ୍ତର ପଯ୍ୟନ୍ତ ଏକ ରେକେଟ ମାଧ୍ୟମରେ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନୀତିରେ ଚାଷୀ ମାନେ ପ୍ରଚୁର ମାତ୍ରାରେ କ୍ଷତିଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି । ଏ ଦୁର୍ନୀତୀର ସିବିଆଇ ତଦନ୍ତ କରିବା, ସାର କଳା ବଜାରୀ ଓ ଅଭାବୀ ଚଢା ଦର ବିକ୍ରି ରୋକିବା ଓ ଏହାର ସୁବନ୍ଦୋବସ୍ତ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ପାଇଁ ରାଜ୍ୟ ସରକାର ତୁରନ୍ତ ସମସ୍ତ ଚାଷିଙ୍କ ନିର୍ଭୁଲ ତାଲିକା କେନ୍ଦ୍ର ନିକଟରେ ପ୍ରଦାନ କରିବାକୁ ଦାବି କରାଯାଇଛି । ଅଗଷ୍ଟ ୧୫ ପରିବର୍ତେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପଯ୍ୟନ୍ତ ଚାଷୀ ପଞ୍ଜିକରଣ ସମୟ ଅବଧି ବୃ୍ଦ୍ଧି କରିବା ଆଦି ଦାବି ରହିଛି ।
ଏହି ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ ସମୟରେ ରାଜ୍ୟ କୃଷକ ମୋର୍ଚା ଉପ ସଭାପତି ବିପଦ ଭଞ୍ଜନ ଦାଶ, ମଣ୍ଡଳ ନଗର ସଭାପତି ରାଧେଶ୍ୟାମ ପରିଡା, ଜୟପୁର କୃଷକ ମୋର୍ଚା ସଭାପତି ରାମୁ ବେହେରା, ଦିଗାପୁର ମଣ୍ଡଳ ସଭାପତି ବଦ୍ରି ନାରାୟଣ ଆଚାଯ୍ୟ, ନଳୀନି କୁମାର ଦାଶ, ଶିବ ମାଝୀ, ସୁନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।