ଭୁବନେଶ୍ୱର : ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଡେଂଟାଲ ବିଭାଗରେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କର ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଲା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏହି ପ୍ରସଙ୍ଗରେ ଅପମୃତ୍ୟୁ ମାମଲା ରୁଜୁ କରି ମାମଲାର ତଦନ୍ତ ଜାରୀ ରଖିଛି ।