ମୁମ୍ବାଇ : ଦଶହରା ପୂର୍ବରୁ ଆରବିଆଇର ଭେଟି । ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ । ରେପୋ ରେଟ୍ 6.5 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏମପିସିର ତିନି ଦିବସୀୟ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଜିଡିପି ଆକଳନରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ସମସ୍ତ କାରଣକୁ ଧ୍ୟାନରେ ରଖି ଚଳିତ ଆର୍ଥିକ ବର୍ଷ 2023-24 ପାଇଁ ଜିଡିପି ଅଭିବୃଦ୍ଧି ହାର 6.5 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।