କାଠମାଣ୍ଡୁ : ନେପାଳର ପଶ୍ଚିମାଞ୍ଚଳ ବୋଇଙ୍ଗି ଜିଲ୍ଲାରେ ଗତ 3ଦିନରେ 3ଶହରୁ ଅଧିକ ଥର ଭୂମିକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଦିନ ନେପାଳରେ 2ଥର ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଏହାପରଠାରୁ 3ଶହରୁ ଅଧିକ ଥର ଭୂକମ୍ପ ଅନୁଭୂତ ହେଲାଣି । ଯାହାକୁ ନେଇ ପ୍ରଭାବିତ ଲୋକ ଭୟଭୀତ ହୋଇପଡିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଆଜି ଭୂକମ୍ପ ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବେ ।
ନେପାଳ ସମେତ ଭାରତର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ର ବୋଇଙ୍ଗ ଜିଲ୍ଲାର ତାଲକୋଟ ଓ ଚୈନପୁର ଅଟେ । ଅଧଘଣ୍ଟା ଅନ୍ତରାଳରେ ଆସିଥିବା ଏହି ଦୁଇଟି ଭୂକମ୍ପର ତୀବ୍ରତା ଥିଲା 5.3 ଓ 6.3 । ଆଜି ସକାଳ ମଧ୍ୟ 7.52 ମିନିଟ ସମୟରେ ଚୈନପୁରରେ 4.7 ତୀବ୍ରତା ଓ 8.21ରେ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ମଙ୍ଗଳବାର ଠାରୁ ଲଗାତର ଭାବେ ଭୂକମ୍ପ ଅନୁଭୂତ ହେଉଥିବା ଅଧିକାରୀ ସୂଚନା ଦେଇଛନ୍ତି ।