ନୂଆଦିଲ୍ଲୀ : ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲରେ ଜ୍ୱରରେ ପୀଡିତ ହୋଇଛନ୍ତି । ତେଣୁ ଅକ୍ଟୋବର 8ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଅସୁସ୍ଥତା କାରଣରୁ ଗିଲ୍ ଏମଏ ଚିଦାମ୍ବର ଷ୍ଟାଡିୟମରେ ଭାରତର ଅଭ୍ୟାସ ସେସନରେ ସାମିଲ ହୋଇନଥିଲେ । ଏହା ଫ୍ଲୁ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ଟିମ୍ ପକ୍ଷରୁ ଆଶା କରାଯାଇଛି । ବିସିସିଆଇ ଅଧିକାରୀ କହିଛନ୍ତି ଯେ, ମେଡିକାଲ ଟିମ୍ ତାଙ୍କର ଟ୍ରିଟମେଣ୍ଟ କରିବା ସହ ତୀକ୍ଷ୍ନ ନଜର ରଖିଛନ୍ତି । ସେ ଜଲଦି ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।