ବଲାଙ୍ଗୀର, ୫ ଅକ୍ଟୋବର- ବଲାଙ୍ଗିର ସହରର ପୁରାତନ ପ୍ରାକୃତିକ ଜଳ ନିଷ୍କାସନ ପଥରେ ଜଳାଶୟମାନଙ୍କୁ ଜଳ ପ୍ରବେଶ କରୁଥିଲା । ସହରର ଜଳ ନିଷ୍କାସନ ପଥ ଗୁଡିକ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଥିଲା। ଫଳରେ ଜଳାଶୟରୁ ଜଳାଶୟକୁ ବର୍ଷା ଜଳ ପ୍ରବେଶ କରି ସହରର ବାହାରକୁ ନିଷ୍କାସିତ ହେଉଥିଲା, କିନ୍ତୁ କାଳକ୍ରମେ ଏହି ଜଳ ନିଷ୍କାସନ ପଥ ଗୁଡିକ ଜବର ଦଖଲ କରାଯାଇ ବନ୍ଧ କରାଯାଇଛି । ଯାହା କିଛି ବି ଅଛି ତାର ମରାମତି ନ କରିବା ଫଳରେ ଏହି ପଥ ଗୁଡିକ ବନ୍ଦ ହୋଇଯାଇଛି । ଏହି ସମସ୍ତ ଜଳ ନିଷ୍କାସନ ପଥ ଗୁଡିକର ପୁନରୁଦ୍ଧାର କରାଯାଇ ବର୍ଷାଜଳର ସଦ୍ ବିନିଯୋଗ କରିବା ପାଇଁ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କୁ କରଙ୍ଗାକଟା ବଞ୍ଚାଅ ଅଭିଯାନ ପକ୍ଷରୁ ଦାବିପତ୍ର ପ୍ରଦାନ ପୂର୍ବକ ଅଧ୍ୟକ୍ଷ ମନୋରଂଜନ ପୁରୋହିତଙ୍କ ନେତୃତ୍ଵରେ ଏକ କମିଟି ଆଲୋଚନା କରିଛନ୍ତି । ଏହା ସହ ଟାଉନ ହଲ ର ସୌନ୍ଦର୍ଯ୍ୟକରଣ ସହ ବିଭୁତିପଡା ଶ୍ମଶାନ ଘାଟର ବିଭିନ୍ନ ସମସ୍ୟାର ଆଲୋଚନା କରିଥିଲେ । ଆଲୋଚନାର ଉତ୍ତର ରଖି ପୌରାଧ୍ୟକ୍ଷା ଏହି ସବୁ କରଙ୍ଗାକଟା, ନରସିଂହ ବନ୍ଦ ଓ ମାରୱାଡି ବନ୍ଧ ଜଳପଥ ନିର୍ମାଣ କରାଯିବ । ସେହିପରି ପ୍ରତାପସାଗରରୁ ରାଣିବନ୍ଧ ନୂତନ ଭାବେ ଜଳପଥ ନିର୍ମାଣ ପାଇଁ ପ୍ରପୋଜାଲ ହୋଇଛି । ଟାଉନ ହଲ ଅର୍ଥ ବରାଦ ହୋଇଥିବା ବେଳେ ବିଭୁତି ପଡା ଶ୍ମଶାନ ଘାଟ ନବିକରଣ ହେବା ପାଇଁ ପ୍ରସ୍ତାବ ଆଗତ ହୋଇଛି ବୋଲି ପୌରାଧ୍ୟକ୍ଷ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପରିଷଦ ଆନ୍ତରିକତାର ସହ ଉଦ୍ୟମ କରୁଛି ବୋଲି କହିଛନ୍ତି ।