ଭୋପାଳ, ୫ ଅକ୍ଟୋବର – କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ଗୁରୁବାର ଏକ ଦିବସୀୟ ମଧ୍ୟପ୍ରଦେଶ ଗସ୍ତରେ ଆସି ଧାର ଜିଲ୍ଲାର ରାଜଗଡ଼ରେ ପହଂଚି ଥିଲେ । ଏଠାରେ ସେ ପାର୍ଟିର ଜନଆକ୍ରୋଶ ଯାତ୍ରାର ଜନସଭାକୁ ସମ୍ବୋଧିତ କରି ରାଜ୍ୟର ଶିବରାଜ ସିଂହ ଚୌହାନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।
ସେ କହିଥିଲେ ଯେ, ମଧ୍ୟପ୍ରଦେଶରେ ଗତ ୧୮ ବର୍ଷରେ ୨୫୦ରୁ ଅଧିକ ଦୁର୍ନୀତି ହୋଇଛି । ଏମାନେ ଯାଂଚ୍ ଏଜେନ୍ସୀକୁ ସମସ୍ତଙ୍କ ଘରକୁ ପଠାଉଛନ୍ତି । ହେଲେ ଯାଂଚ୍ ପାଇଁ କାହିଁକି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏଠାରେ ଏପର୍ଯ୍ୟନ୍ତ ପହଂଚି ନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ ।