ଭୁବନେଶ୍ୱର : ପୂଜା ସମୟରେ ସହରକୁ କ୍ରାଇମ ଫ୍ରି କରିବା ପାଇଁ ପୋଲିସ ଆଲର୍ଟ ରହିଛି । ଦୁର୍ଗାପୂଜା ପୂର୍ବରୁ ସମସ୍ତ ଅପରାଧୀଙ୍କୁ ଜେଲ୍ ରେ ଭର୍ତି ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସିନ୍ଧିଚୋରି ରୋକିବା ପାଇଁ ଗଳିକନ୍ଦିରେ ପିସିଆର ଘୂରି ବୁଲିବ । ସିସିଟିଭି ନଜରରେ ସାରା ସହର ରହିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀପ ସିଂ କହିଛନ୍ତି ।
ଗୁରୁବାର ଡିସିପି କହିଛନ୍ତି ଅକ୍ଟୋବର ମାସରେ ଦୁର୍ଗାପୂଜା ପଡୁଛି । ଭୁବନେଶ୍ୱର ପୋଲିସ୍ ଆଲର୍ଟ ରହିଛି । ପୂଜାକୁ କ୍ରାଇମ ଫ୍ରି କରିବାକୁ ଗତକାଲି ସବୁ ଥାନା ଆଇଆଇସି ମାନଙ୍କ ସହ ବୈଠକ କରାଯାଇଛି । ସମସ୍ତେ ଅଧିକ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର କ୍ରିମିନାଲଙ୍କ ଉପରେ ନଜର ରଖାଯିବ । ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ । ପୂଜାରେ ଛୁଟି ରହୁଥିବାରୁ ଲୋକେ ଘରେ ତାଲା ପକାଇ ବାହାରକୁ ଯାଇଥାନ୍ତି । ଏହି ସମୟରେ ଚୋରି ପରି ଘଟଣା ଘଟିଥାଏ । ଏସମ୍ପର୍କରେ ଭୁବନେଶ୍ୱରବାସୀଙ୍କୁ ସଚେତନ କରିବାକୁ ଯୋଜନା କରିଛୁ । ସମସ୍ତ ପିସିଆର ଗାଡି ଓ ଥାନା ଅଧିକାରୀମାନେ ଆବାସିକ ସଂଘ ଓ କଲୋନୀକୁ ଯାଇ ଲୋକଙ୍କୁ ସଚେତନ କରାଯିବ । ଆଜି ବିଭିନ୍ନ ପୂଜା ମଣ୍ଡପର ସମସ୍ୟମାନଙ୍କ ସହ ସୁରକ୍ଷା , ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି । ପୁରା ସହର ସିସିଟିଭି ନଜରରେ ରହିବ ।