ସମ୍ବଲପୁର : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ଚିକିତ୍ସାଳୟ (ଭିମସାର)ରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ପିଜି ଛାତ୍ର ଓ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି । ମେଡିକାଲ ଫାଣ୍ଡି ଓ ସିକ୍ୟୁରିଟି ପୋଷ୍ଟ ରେ ଭଙ୍ଗାରୁଜା ଦେଖିବାକୁ ମିଳିଛି । ଉତେଜନାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।