କୋଲକାତା : ପଶ୍ଚିମବଙ୍ଗର ଖାଦ୍ୟ ମନ୍ତ୍ରୀ ରଥିନ ଘୋଷଙ୍କ ବାସଭବନରେ ଆଜି ସକାଳୁ ଚଢାଉ କରିଛି ଇଡି । 2014ରୁ 2018ରେ ନଗରପାଳିକାରେ ହୋଇଥିବା ବେଆଇନ ନିଯୁକ୍ତି ମାମଲାରେ ଏହି ରେଡ୍ କରାଯାଇଛି । ରଥିନ ଦୀର୍ଘ ସମୟ ଧରି ମଧ୍ୟମଗ୍ରାମ ନଗରପାଳିକାର ଅଧ୍ୟକ୍ଷ ଥିଲେ ।
2021ରେ ତୃତୀୟ ଥର କ୍ଷମତାକୁ ଆସିବା ପରେ ରଥିନଙ୍କୁ ମମତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ତେବେ ଆଜି ସକାଳୁ ରଥିନଙ୍କର ମାଇକେଲ ନଗର ସ୍ଥିତ ଘରେ ଚଢାଉ କରିଛି ଇଡି । ଏହାସହିତ କେନ୍ଦ୍ରୀୟ ଟିମ୍ ରଥିନଙ୍କର ବରାହନଗର, ସଲ୍ଟ ଲେକ ସମେତ 12ଟି ସ୍ଥାନରେ ଚଢାଉ କରିଛି । ରଥିନଙ୍କ ସମେତ କମରହାଟି ନଗରପାଳିକାର ତୃଣମୂଳ ଟାଉନର ଚେୟାରମ୍ୟାନ ଗୋପାଳ ସାହା ଓ ବରାହନଗର ନଗରପାଳିକାର ଚେୟାରମ୍ୟାନଙ୍କ ଘରେ ବି ଇଡି ରେଡ୍ କରିଥିବା ସୂଚନା ମିଳିଛି ।