ଭୁବନେଶ୍ୱର, 4 ଅକ୍ଟୋବର : ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ମୁଲତବୀକୁ ନେଇ ବିରୋଧୀଙ୍କୁ ଦାୟୀ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଛନ୍ତି ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର । ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି । କିନ୍ତୁ ଭିତରେ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉନାହାନ୍ତି । ବିଧାନସଭାର କାର୍ଯ୍ୟ ପରିଧି ନିୟମାବଳି ଅନୁଯାୟୀ ନିଷ୍ପତ୍ତି ନେଇ କି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ବିଧାନସଭା ସଠିକ ଭାବେ ନ ଚାଲି ପାରିବା ପାଇଁ ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀ ବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ । କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ । ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟା ପକ୍ଷ ଆଉ ବିରୋଧୀ ବରପକ୍ଷ । କିନ୍ତୁ ବର ପକ୍ଷ ବି ଆଲୋଚନା ପାଇଁ ରହିବା ଦରକାର । ଯଦି ଆଉଟ ହେଇଯିବେ କେମିତି ଆଲୋଚନା ହେବ ବୋଲି କହିଛନ୍ତି ଦେବୀ ମିଶ୍ର।
Related Stories
December 7, 2024