ଭୁବନେଶ୍ୱର, 4 ଅକ୍ଟୋବର : ଚଳିତ ବିଧାନସଭାର ମୌସୁମୀ ଅଧିବେଶନ 8 ଦିନ ଧରି ଚାଲିବାକୁ ଥିଲା । ମାତ୍ର ସାତ ଦିନ ଚାଲିଲା । ଏହି ସାତ ଦିନ ମଧ୍ୟରେ ଗୃହ ସାତ ଘଂଟା ମଧ୍ୟ ଚାଲି ନାହିଁ । ସରକାର ବିଧାନସଭାକୁ ଚଲାଇ ଦେବାକୁ ଚାହୁଁ ନ ଥିଲେ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ସେ କହିଛନ୍ତି ଯେ ଗୋଟିଏ ଦିନ ବି ମୁଲତବି ପ୍ରସ୍ତାବ ଆଲୋଚିତ ହୋଇନାହିଁ । ରାଜ୍ୟର ଶାସନ ବ୍ୟବସ୍ଥା ଓ 5ଟି ସଚିବଙ୍କ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନ ଗୁଡିକୁ ସ୍ୱୀକାର କରାଗଲା ନାହିଁ । ସେ ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଗୁଡିକୁ ଗ୍ରହଣ କରା ଗଲା ନାହିଁ ।
ସେ କହିଛନ୍ତି ଯେ ଗୃହରେ ଅଚଳାବସ୍ଥା ରହିଲେ ସର୍ବଦଳୀୟ ବୈଠକ ଆୟୋଜିତ କରି ଅଚଳାବସ୍ଥାକୁ ଦୂର କରାଯାଇଥାଏ । ମାତ୍ର ତାହା ଏଥର କରା ଗଲା ନାହିଁ ।
ସେ କହିଛନ୍ତି ଯେ ଚଳିତ ଥର ବିରୋଧୀ ଦଳର ନେତାଙ୍କୁ କହିବା ବେଳେ ମାଇକକୁ ବନ୍ଦ କରି ଦିଆ ଯାଇଥିଲା .
ସେ କଗିହଛନ୍ତି ଯେ ଗଣତନ୍ତ୍ରରେ ଶାସକ ଦଳ ରହିବେ, ବିରୋଧୀ ଦଳ ବି ରହିବେ । ସରକାରଙ୍କ ଦୋଷ ତ୍ରୁଟି ଧରିଲେ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି । ସେ କହିଛନ୍ତି ଯେ ‘ଆମେ ଜନବିରୋଧୀ ହୋଇଥିଲେ ଲୋକ ଆମକୁ ଜିତାଇଥାନ୍ତେ କେମିତି । ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ ।