ପାଳଲହଡାରୁ ସୁବ୍ରତ କୁମାର ଦାଶ
ପାଳଲହଡା । ରାଜ୍ୟ ସରକାର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକୁ 5 ଟି ସ୍କୁଲରେ ଅନ୍ତର୍ଭୁକ୍ତ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସହିତ ପାଇଖାନା ଆଦି ଉର୍ନ୍ନତ ମାନର କରିବାର ପ୍ରୟାସ କରୁଥିବାବେଳେ ପାଲଲହଡା ବ୍ଲକରେ ଠିକାଦାର ମାନଙ୍କ ଦ୍ଵାରା ଅତି ନିମ୍ନ ମାନର ସ୍କୁଲ ଗୃହ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି l ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସ୍କୁଲ କାନ୍ଥ ଫାଟିବା ସହିତ ସ୍କୁଲ ସୌନ୍ଦର୍ଯ୍ୟ କରଣ ପାଇଁ ଲାଗିଥିବା ଫେବର ପ୍ଲେଟ କାର୍ଯ୍ୟ ଭାଙ୍ଗିବା ସହିତ ପରିସରରେ ପାଣି ଜମିରହୁଥିବା ଦେଖିବାକୁ ମିଳିଛି।
ଗତ 1981/82 ମସିହାରେ ପାଲଲହଡା ସଦରମହକୁମାର ଛାତି ଉପରେ ସ୍ଥାପିତ ହୋଇଥିଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ । ଏହା ପୁରାତନ ଓ ବେଶ ପରିଚିତ l ଏହି ବିଦ୍ୟାଳୟକୁ ସରକାରଙ୍କ ଦ୍ଵାରା 5ଟି ସ୍କୁଲରେ ସାମିଲ କରାଯାଇ ଗତ ବର୍ଷ 60 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କରାଯାଇଥିଲା । ତେବେ ଏହାର 1 ବର୍ଷ ନ ପୂରୁଣୁ ଘର କାନ୍ଥ ଫାଟିଯାଇଛି ଏବଂ ପୁରୁଣା ଆଜବେଷ୍ଟ ଶ୍ରେଣୀ ଘର ଗୁଡିକୁ ନାମକୁ ମାତ୍ର ମରାମତି କରାଯାଇ ରଙ୍ଗ ମରାଯାଇଥିବା ବେଳେ ଫେବର ପ୍ଲେଟ ପକାଯାଇ ସୌନ୍ଦର୍ଯ୍ୟ କରଣ କରାଯାଇଥିବା ଜଣାପଡିଛି । ତେବେ ସାମାନ୍ୟ ବର୍ଷା ହେଲେ ଆଜବେଷ୍ଟ ଶ୍ରେଣୀ ଗୃହରୁ ପାଣି ଗଳୁଥିବା ଯୋଗୁଁ ଛାତ୍ରୀ ମାନଙ୍କ ପାଠ ପଢାରେ ବ୍ୟାଘାତ ହେଉଥିବା ଦେଖିବାକୁ ମିଳିଛି l
ନୂତନ 5ଟି ଶ୍ରେଣୀ ଗୃହ ନିର୍ମାଣ ପରେ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ବିଦ୍ୟାଳୟରେ ବର୍ଷା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା କରିନଥିବାରୁ ସାମାନ୍ୟ ବର୍ଷା ହେଲେ ବିଦ୍ୟାଳୟ ପରିସର ଜଳ ମଗ୍ନ ହୋଇ ଜମିରହୁଥିବାରୁ ବିଦ୍ୟାଳୟର ଛାତ୍ରୀ ମାନେ ବହୁ ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ବାଳିକା ବିଦ୍ୟାଳୟରେ ସରକାର 5ଟି ଶ୍ରେଣୀ ଗୃହ ନିର୍ମାଣ ଓ ବ୍ୟବସ୍ଥା କରୁଥିବା ବେଳେ ବାଳିକା ଠାତ୍ରାବାସ ଛାତରୁ ମଧ୍ୟ ପାଣି ଗଳୁଥିବାରୁ ବର୍ଷା ହେଲେ ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ନବମ ଶ୍ରେଣୀ ଛାତ୍ରୀ ମାନେ ପ୍ରକାଶ କରିଛନ୍ତି l ବାରମ୍ବାର ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟ ଦାଇତ୍ୱ ରେ ଥିବା କନିଷ୍ଟ ଯନ୍ତ୍ରୀ ଙ୍କୁ ପାଣି ଜମିରହୁଥିବ ଅଭିଯୋଗ କରି ଆସୁ ଥିବା ବେଳେ କନିଷ୍ଟ ଯନ୍ତ୍ରୀ ବିଦ୍ୟାଳୟ ସମୁଖରେ ଜମିରହୁ ଥିବା ସ୍ଥାନରେ କେବଳ ନାମକୁ ମାତ୍ର କଂକ୍ରିଟ ଟିକେ କରି କାମ ସାରିଦେଇଥିଲେ l
ବିଦ୍ୟାଳୟ କର୍ତ୍ତୃପକ୍ଷ କହିବା କଥା ତୁରନ୍ତ ବିଦ୍ୟାଳୟ ର ପାଣି ନିଷ୍କାସନ ପାଇଁ ପ୍ରଶାସନ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା କଲେ ଛାତ୍ର ଛାତ୍ରୀ ମାନେ ଶ୍ରେଣୀଗୃହ କୁ ଯିବାଆସିବାରେ ସୁବିଧା ପାଇ ପାଇବେ। ଗୋଟେ ପଟେ ରାଜ୍ୟ ସରକାର ଙ୍କ 5T ମାଧ୍ୟମ ରେ କୋଟି କୋଟି ଟଙ୍କା ଖରଚ କରି ବିକାଶର କଥା କହି ଚାଲି ଥିବା ବ୍ଲକ ପ୍ରଶାସନ ବାସ୍ତବରେ ସେହି ଦାଇତ୍ୱରେ ଥିବା ଯନ୍ତ୍ରୀ ମାନଙ୍କ ମନ ମାନି କାର୍ଯ୍ୟ ଯୋଗୁଁ ବୋଧ ହୁଏ ପାଲଲହଡା ଭଳି ଅଞ୍ଚଳରେ ବିକାଶ ଏକ ପ୍ରକାର ବାଟ ବଣା ସାଜିଛି । ଏହି ସମସ୍ତ ସମସ୍ୟାକୁ ଶିକ୍ଷା ବିଭାଗ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।