ନୂଆଦିଲ୍ଲୀ, ୦୩ ଅକ୍ଟୋବର – ଦିଲ୍ଲୀ, ଉତର ପ୍ରଦେଶ, ଉତରାଖଣ୍ଡ ସମେତ ଉତର ଭାରତର କେତେକ ରାଜ୍ୟ ଏବଂ ପଡ଼ୋଶୀ ଦେଶ ନେପାଳରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଭୂମିକମ୍ପ ଅନୁଭୂତ କରାଯାଇଛି । ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୬.୨ ମପାଯାଇଛି । ପୂରା ଉତର ଭାରତରେ ଭୂକମ୍ପରେ ବଡ଼ ବଡ଼ କୋଠା ହଲିବାର ନଜରକୁ ଆସିଛି । ପାଖାପାଖି ୨ଟା ୫୧ ମିନିଟ୍ରେ ଭୂମି ହଲିବା-ଝୁଲିବା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳରେ କୁହାଯାଇଛି । ଭୂକମ୍ପର କେନ୍ଦ୍ର ଭୂମିର ଭିତରେ ୫ କି.ମି.ର ଗଭୀରତାରେ ଥିଲା ।
ସମାଚାର ଲେଖାହେବା ପର୍ଯ୍ୟନ୍ତ ଭୂମିକମ୍ପ ରେ ଜନଜୀବନର କୌଣସି ସୂଚନା ନାହିଁ । କିନ୍ତୁ ଦିଲ୍ଲୀ ଏନ୍ସିଆର୍ ଏବଂ ପଡ଼ୋଶୀ ରାଜ୍ୟରେ ଭୂକମ୍ପର ତୀବ୍ର ଝଟ୍କା ସମୟରେ ଲୋକମାନେ ଭୟରେ ନଜର ଆସିଥିଲେ । ଭୂକମ୍ପ ଝଟ୍କା ଅନୁଭୂତ ହେବାପରେ ଲୋକମାନେ ଘର, ଅଫିସ୍ରୁ ବାହାକୁ ବାହାରିଯାଇଥିଲେ । ଦିଲ୍ଲୀ ଏନ୍ସିଆର୍ ସହିତ ଉତରାଖଣ୍ଡ, ଉତର ପ୍ରଦେଶରେ ମଧ୍ୟ ତୀବ୍ର ଝଟ୍କା ଅନୁଭବ କରିଥିଲେ ।