ଭୁବନେଶ୍ୱର, 3 ଅକ୍ଟୋବର – ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି । ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ । ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାନ୍ତି ଯେ ଗୋଆରୁ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ବଡ଼ ଜନବିରୋଧୀ ଆଉ କିଏ ଅଛି ।
ସୂଚନାଯୋଗ୍ୟ, ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ ଗାନ୍ଧି ପ୍ରତିମୂର୍ତି ତଳେ ଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରଦ୍ଧାଙ୍କ ସମ୍ପର୍କ କ’ଣ ଓ ସେ କାହିଁକି ଭାଟିକାନ ସିଟି ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ । ଶ୍ରଦ୍ଧା ସମ୍ପର୍କିତ ଚର୍ଚ୍ଚାକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ବିବରଣୀରୁ ବାଦ୍ ଦେବା ସହ ଏ ସମ୍ପର୍କରେ ତଥ୍ୟ ପ୍ରକାଶିତ ନକରିବା ଉପରେ କଟକଣା ଜାରି କରିଥିଲେ । ତେବେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ଗୃହ ବାହାରେ ନିଜର ପ୍ରତିବାଦ ଓ ସ୍ୱର ଶାଣିତ କରିଥିଲେ । ଏହାର ଉତରରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଗୃହରେ ବିବୃତି ଦେଇ ସେ ତାଙ୍କ ଫିଜିଓ ଥେରାପିଷ୍ଟ ଓ ତାଙ୍କୁ ତାଙ୍କ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ ବୋଲି କହିଥିଲେ ।ରାହୁଲ ଗାନ୍ଧୀ ଦ୍ୱିତୀୟ ଦିନ ମଧ୍ୟ କଲା ଦରବାର ସାହିବରେ କର୍ ସେବା