ନୂଆଦିଲ୍ଲୀ : ତୃଣମୁଳ କଂଗ୍ରେସ ସୋମବାର ଦିଲ୍ଲୀରେ ମନୋରାଗା ଏବଂ ଆବାସ ଯୋଜନାର ଉଲ୍ଲେଖନୀୟ ପ୍ରସଙ୍ଗ ଉପରେ ରାଜଘାଟରେ ବିରୋଧ ପ୍ରଦର୍ଶନ କରିଛି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟୀ ସମ୍ବାଦିକ ସମ୍ମିଳନୀ କରି ଏହି ପ୍ରଦର୍ଶନକୁ ତାଙ୍କର ଡ୍ରାମା ଓ ସର୍କସର ଆଖ୍ୟା ଦେଇଛି ।
ତୃଣମୁଳ କଂଗ୍ରେସର ମହାସଚିବ ତଥା ସାଂସଦ ଅଭିଷେକ ବନର୍ଜୀ, ବରିଷ୍ଠ ନେତା ସୁଦୀପ୍ ବଂଦୋପାଧ୍ୟାୟ ଆଜି କେଂନ୍ଦ୍ର ସରକାର ବିରୋଧରେ ମନୋରେଗା ଏବଂ ଅନ୍ୟ ଯୋଜନାର ବକେୟା ଫଣ୍ଡକୁ ନେଇ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସମାଧି ପାଖରେ ବିରୋଧ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ଏମାନେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତୀ ରେ ଶ୍ରଦ୍ଧାଂଜଳୀ ଦେବା ପରେ ସେଇଠାରେ ଧାରଣା ବସିପଡିଥିଲେ । ଏମାନଙ୍କ ହାତରେ ଥିବା ଫ୍ଲାକାଡରେ ପଶ୍ଟିମ ବଙ୍ଗ ସହିତ ଯୋଡି ହୋଇରହିଥିବା ଦାବି ଗୁଡୁକର କଥା ଲେଖା ଥିଲା ।
ଏହି ପ୍ରସଙ୍ଗରେ ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର, କେନ୍ଦ୍ର ମନ୍ତ୍ରୀ ସୁଭାଷ ସାରକାରଏବଂ ଲାଁକେଟ୍ ଚଟର୍ଜୀ ତୃଣମୁଳ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି ।
ଏହା ବ୍ୟତୀତ ତୃଣମୁଳ କଂଗ୍ରେସ ମନୋରେଗା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ପାଇଁ ଅର୍ଥ ମାଗି ରାମଲିଲା ମୈଦାନରେ ଏକ ରାଲି କରିବାକୁ ପ୍ରସ୍ତୁତ ହେଉଛି । ସେମାନଙ୍କୁ ଟ୍ରେନ୍ ବୁକ୍ କରିବାକୁ ଅନୁମତି ଦିଆଯାଇ ନ ଥିବା ତୃଣମୁଳ ନେତାମାନେ ଅଭିଯୋଗ କରିଛନ୍ତି । ଏବେ ସେମାନେ ବସ୍ରେ ଲୋକଙ୍କୁ ଦିଲ୍ଲୀ ଆଣି ବିରୋଧ କରିବେ ।