ବଲାଙ୍ଗୀର : ବିଶ୍ୱ ଶାନ୍ତିର ଅଗ୍ରଗଣ୍ୟ ବାର୍ତ୍ତାବହ, ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଓ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଶାନ୍ତିଦୂତ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଗାନ୍ଧୀ ସ୍ମୃତି କମିଟୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖସ୍ଥ ଗାନ୍ଧୀ ପ୍ରତିମୁର୍ତ୍ତିରେ ଗାନ୍ଧୀଙ୍କ ଜୀବନଦର୍ଶ ଉପରେ ଆଲୋଚନା କରାଯାଇ ଯୁବ ସମାଜ ଆଗାମୀ ଦିନରେ ଗାନ୍ଧୀଙ୍କ ପ୍ରଦର୍ଶିତ ପଥ ଅନୁସରଣ କରିବା ପାଇଁ ଆହ୍ୱାନ ଦିଆଯାଇଛି । ବିଶ୍ୱ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହବାସ୍ଥାନ ପାଇଁ ଗାନ୍ଧୀଙ୍କ ପ୍ରଦର୍ଶିତ ପଥ ହିଁ ଏକମାତ୍ର ବିକଳ୍ପ ବୋଲି ଅନୁଷ୍ଠାନର ଆବାହକ ଯୁଧିଷ୍ଟି ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସୂଚନା କର୍ମି ହେମନ୍ତ ପଣ୍ଡା, ପ୍ରେସ କ୍ଲବର ସଭାପତି ଅରୁଣ ମିଶ୍ର, ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ତକ୍ଷକ ସମ୍ପାଦକ ବିଶ୍ୱମୟ ପୂଜାରୀ, କମ୍ବୁପାଣି ପୂଜାରୀ, ଦିଲୀପ ସାହୁ, କୋଶଲେଶ୍ୱର ମହାପାତ୍ର, ବିଚିତ୍ର ନଦପୁଟା, ଅସିତ ସାହୁ, ଦଶରଥ ବେହେରା, ହରେକୃଷ୍ଣ ରାଜପୁତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଯୁଗ୍ମ ଆବାହକ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।