ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଭାବେ ଯୁବ ସଂଗଠକ ତଥା ସୋନପୁର ପୌର ପରିଷଦର ୮ ନମ୍ବର ୱାର୍ଡ ର କାଉନସିଲର ପିୟୁଷ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିନିକା, ତରଭା ଏନଏସି ଓ ସୋନପୁର ପୌର ପରିଷଦ ର କାଉନସିଲର ମାନଙ୍କୁ ନେଇ ଅନୁଷ୍ଠିତ ଏହି ନିର୍ବାଚନରେ ସମସ୍ତଙ୍କ ପୂର୍ଣ୍ଣ ସମର୍ଥନରେ ପଣ୍ଡା ନିର୍ବାଚିତ ହୋଇ ଥିବାରୁ ସମସ୍ତ କାଉନସିଲରଙ୍କୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ତଥା ଧନ୍ୟବାଦ ଜଣାଇଛନ୍ତି ପଣ୍ଡା । ପଣ୍ଡା ୨୦୦୮ ମସିହାରୁ ପୌର ତଥା ସୋନପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଭାବେ ରାଜନୀତିରେ, କ୍ରୀଡା କ୍ଷେତ୍ରରେ, ସଂସ୍କୃତି କ୍ଷେତ୍ରରେ ସାମିଲ ରହି ଏକା ଧାରରେ ସେ ଜଣେ ଲୋକ ପ୍ରିୟ ସଫଳ ଯୁବ ନେତା, କ୍ରୀଡା ପ୍ରେମୀ, ସଂସ୍କୃତି ପ୍ରେମୀ ଭାବେ ସବୁଠି ପରିଚିତ ହୋଇପାରିଛନ୍ତି । ମଝିପଡ଼ା କାଳୀପୂଜା ର ସୁବର୍ଣ୍ଣ ଜୟନ୍ତୀ ପାଳନ ରେ ଦୀର୍ଘ ୧୪ ଦିନ ଧରି ଲଗାତାର ଭାବେ ସଫଳତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଉତ୍ସବ ପାଳନ କରିବାରେ, ରାମଧୁନ କ୍ଲବ ଫୁଟବଲ ଟିମ କୁ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ମାନଙ୍କରେ ଚମ୍ପିଆନ କରିବାରେ ଏବଂ ଚଳିତ ବର୍ଷ କ୍ରୀଡା ସଂଘ ପକ୍ଷ ରୁ ୮୬ ଗୋଟି ଟିମକୁ ନେଇ ଜିଲ୍ଲା ସାରା ସିନିଅର ଫୁଟବଲ ଲିଗକୁ ଖୁବ ସଫଳତା ସହ ଆୟୋଜନ କରିବାରେ ଓ ରେକର୍ଡ କରିବାରେ ପଣ୍ଡା ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ପ୍ରଶଂସିତ ହୋଇଛନ୍ତି ପଣ୍ଡା କେବଳ ନିଜ ସାହି ମଝିପଡ଼ାରେ ନୁହେଁ ବରଂ ସହରର ସମସ୍ତ ଅଞ୍ଚଳର କ୍ରୀଡା, ସଂସ୍କୃତି, ରାଜନୀତିରେ ସକ୍ରିୟ ସାମିଲ ରହି ପୌର ପରିଷଦର ବିକାଶ ଦିଗରେ ସହାୟତାର ହାତ ବଢ଼ାଇଥାନ୍ତି । ଗତମାସର କୃତ୍ରିମ ବନ୍ୟା ବେଳେ ରାତି ସାରା ଯୁବକ ମାନଙ୍କ ସହିତ ନିଜେ ପାଣି ନିଷ୍କାସନ କରାଇ ପାଣି ଘେରରେ ଥିବା ମଝିପଡ଼ାର ଖାଇଢୁଡା ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିଥିଲେ ଓ ଜିଲ୍ଲାପାଳ, ପୌର ଅଧ୍ୟକ୍ଷାଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଡ୍ରେନାଇଜ, ଲାଇଟ, ବିଭିନ୍ନ ସମସ୍ୟାକୁ ପ୍ରଶାସନର ନଜରକୁ ଆଣିଥିଲେ । ନମ୍ର, ଭଦ୍ର, ମିଷ୍ଠ ଭାଷୀ, ମେଳାପୀ, ପଣ୍ଡା ତାଙ୍କ ୱାର୍ଡ ର ଅନେକ ଲୋକଙ୍କୁ ଦୀର୍ଘ ମାସ ରୁ ବ୍ୟକ୍ତିଗତ ଭାବେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ୭୦୦ ଟଙ୍କା ଲେଖାଏଁ ପ୍ରତି ମାସ ରେ ପ୍ରଦାନ କରିବା ଏକ ବିରଳ ଉଦାହରଣ । ମଝିପଡ଼ାରେ ଜନ୍ମ ଦିନ ଠୁଁ ଆରମ୍ଭ କରି ଶବ ସଂସ୍କାର ଯାଏ ସେ ସବୁଠି ଉପସ୍ଥିତ ରହି ଲୋକଙ୍କୁ ସହଯୋଗ କରନ୍ତି । ପିୟୁଷ ପଣ୍ଡା ରିକୁ ଭାଇ ନାମରେ ସହରରେ ଛୁଆ ଠୁଁ ବୁଢା ଯାଏ ସମସ୍ତଙ୍କ ପାଖରେ ଖୁବ ପରିଚିତ ଥିବା ବେଳେ ତାଙ୍କ ଅମାୟିକ ବ୍ୟବହାର ପାଇଁ ଏଥର ପୌର ନିର୍ବାଚନ ରେ ୮ ନମ୍ବର ୱାର୍ଡ ରେ ୫୦୦ ରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ ।