ଭୁବନ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏନ୍.ଏସ.ଏସ. (ଜାତୀୟ ସେବା ଯୋଜନା ) ୟୁନିଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କର ନୀତି ଆଦର୍ଶ ଅନୁସରଣ କରି କିପରି ସାରା ଭାରତ ବର୍ଷକୁ ସ୍ଵଚ୍ଛ କରି ଦେଶର ବିକାଶ ହେବ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜନୀତି ବିଭାଗ ଅଧ୍ୟାପିକା ଡଃ. ମମତା ପାତ୍ର ଗାନ୍ଧୀଙ୍କର ତିନି ନୀତି ମାଧ୍ୟମରେ ଦେଶକୁ ସ୍ଵଚ୍ଛ ଓ ପରିଷ୍କାର ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଅନ୍ୟତମ ଅତିଥି ସଂସ୍କୃତ ବିଭାଗ ଅଧ୍ୟାପିକା ସ୍ମୃତିମୟୀ ସେନ କହିଥିଲେ ଯେ, ନିଜେ ସ୍ଵଚ୍ଛ ହେଲେ ଦେଶ ସ୍ଵଚ୍ଛ ରହିବ। ଏନ୍.ଏସ.ଏସ. ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କହିଥିଲେ ଜ୍ଞାନ ଓ ସ୍ବଚ୍ଛତା ରଖି ସଚେତନ କରାଗଲେ ଯୁବପିଢି ନିଶ୍ଚିତ ଦେଶ ବିକାଶରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଶେଷରେ ଏନ୍.ଏସ.ଏସ. ଛାତ୍ରୀ ମାନେ କଲେଜ କ୍ୟାମ୍ପସ ସଫେଇ କରିଥିଲେ ।