ଧର୍ମଶାଳା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥ୍ିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଏକ ବିଜ୍ଞାନ ମେଳ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବିଜ୍ଞାନ ମେଳାରେ ପ୍ରଧାନ ଆଚାର୍ଯ୍ୟ ସରୋଜିନୀ ବେହେରାଙ୍କ ତତ୍ୱବଧାନରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ଏବିଓ ଡ. ପ୍ରଭଞ୍ଜନ ପତି,ଅନ୍ୟତମ ଅତିଥିଭାବେ ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁନ,ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ,ସାମାଜିକ କର୍ମୀ ମଂଟୁ ଦାସ ଓ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାର ଉଦ୍ଦେଶ୍ୟ ପିଲାମାନଙ୍କ ମନରେ ବୈଜ୍ଞାନିକ ମନୋଭାବ କରିବା,ସମାଜକୁ ବିଜ୍ଞାନର ଅବଦାନ କେତେ ଜରୁରୀ ଓ ଏହାର ସଦୁପଯୋଗ କରିବା,ଶିଖିବା ଏବଂ ଆଗାମୀ ଦିନରେ ବିଜ୍ଞାନ ଯୁଗ ସହ ନିଜକୁ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଶିକ୍ଷାକେନ୍ଦ୍ରର ୬୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜର ପ୍ରକଳ୍ପ ତିଆରି ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଅତିଥିମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ଦେଖିଥିଲେ । କାର୍ଯ୍ୟକ୍ରମରେ ଯୁବନେତା ପ୍ରଦିପ ଦାସଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଏହି ଛାତ୍ରଛାତ୍ରୀଙ୍କ ନିର୍ମିତ ପ୍ରକଳ୍ପକୁ ଦେଖିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ନିଶିକାନ୍ତ ପଣ୍ଡା,ଦେବବ୍ରତ ମହାରଣା,ଅମ୍ବରିଶ ସାହୁ,ନିମାଇଁ ଚରଣ ପତି,ଧନେଶ୍ୱର ସାହୁ,ନିହାରକାନ୍ତ ଜେନା,କନକଲତା ବେହେରା,ତପସ୍ୱିନୀ ବେହେରା,ସସ୍ମିତା ବେହେରା,ପୁଷ୍ପାମୟୀ ସିଂ,ବିଶ୍ୱଜିତା ଧୀର,ପ୍ରଦିପ୍ତ ମାଳିନୀ,ଝରଣା ବିଶ୍ୱାଳ,ସ୍ମିତା ମହାନ୍ତି,ଶୁଭଶ୍ରୀ ନାୟକ,ଅନୀତା ସାହୁ ଓ ପ୍ରଜ୍ଞା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।