ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ତୃତୀୟ ଦିନରେ ମଧ୍ୟମ ନିର୍ବାଚନ ମଣ୍ଡଳୀରେ “ଘରେ ଘରେ କଂଗ୍ରେସ-ଘରେ ଘରେ ହାତ” ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସତ୍ୟନଗର କାଳି ମନ୍ଦରି ଠାରୁ ଆରମ୍ଭ ପଞ୍ଜାବୀ କଲୋନୀ, ଗୁଡ଼ିଆ ସାହି, ହାଉସିଂ ବୋର୍ଡ କଲୋନୀ, ପି ଡବ୍ଲୁ କଲୋନୀ, ତୋଷାଳୀ ପ୍ଲାଜା, ସତ୍ୟନଗର ଦୁର୍ଗା ମଣ୍ଡପ ଛକ ହୋଇ କାଳି ମନ୍ଦିର ପାଖରେ ସମାପ୍ତ ହୋଇଥିଲା । କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନେ ୨୩ ବର୍ଷର ଅପାରଗ ଓ ଜନବିରୋଧି ବିଜେଡ଼ି ସରକାର ଏବଂ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କେନ୍ଦ୍ରରେ ଥିବା ଜନବିରୋଧି ମୋଦି ସରକାରର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାକୁ ପ୍ରଚାରପତ୍ର ଦ୍ୱାରା ଘରେ ଘରେ ବାଣ୍ଟି ଥିଲେ । ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏବଂ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ରଜନୀ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କଂଗ୍ରେସ ଦଳର ବରିଷ୍ଠ ନେତା ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କିଶୋର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ବିଶ୍ୱାଳ, ପ୍ରତିମା ମଲ୍ଲିକ, ବିଶିଷ୍ଟ ଗବେଷକ ତଥା ସମାଜସେବୀ ଅନିଲ ଧିର, ତରୁଣ ମିଶ୍ର, ରଶ୍ମି ମହାପାତ୍ର, କିରଣ ସାହୁ, ଅମିୟ ପାଣ୍ଡବଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।