
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ଗତକାଲି ସନ୍ଧ୍ୟାରେ ପାଙ୍ଗାମ ଗ୍ରାମ ନିକଟରେ ଜୁଆ ଖେଳ ଚାଲିଥିବା ସୂଚନା ପାଇଁ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫୨୦ ଟଙ୍କା, ୨ଟି ମୋଟର ସାଇକେଲ, ଗୋଟିଏ ମୋବାଇଲ ଓ ୨ ପ୍ୟାକେଟ ତାସ ଜବତ କରିଥିଲା। ଏ ସଂକ୍ରାନ୍ତରେ ମାଥିଲି ଥାନାରେ କେସ ନମ୍ବର ୨୦୯ /୨୩ ରେ ମାମଲା ରୁଜୁ ହୋଇଛି।