ରାଉରକେଲା : ରାଉରକେଲା ଏଡିଏମ ଅଫିସରେ କାମ କରୁଥିବା ସ୍ଵର୍ଗିୟା ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ଵରେ ସେତେବେଳେ ଥିବା ଉଦିତନଗର ଥାନା ଏଏସଆଇ ଆଲିସା ନରମି ଲୁଗୁନ (୩୦) ଙ୍କର ଗତକାଲି ଏକ ଝମେଲାକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହି ଘଟଣାକୁ ଆଲିସାଙ୍କ ସ୍ଵାମୀ ସଂଜୟ ତିର୍କୀ କହିଛନ୍ତି ତାଙ୍କ ପତ୍ନୀ ସୁସ୍ଥ ଥିଲେ ତାଙ୍କୁ ଗଣ୍ଡଗୋଲକାରୀ ମାନେ ଥାନା ଓ ଏସପି ଅଫିସରୁ ଅଳ୍ପ ଦୂରରେ ବାଡେଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରିଛନ୍ତି । ଏ ହେଉଛନ୍ତି ସେହି ପୁଲିସ ଅଫିସର ଯିଏ କି ସ୍ଵର୍ଗୀୟା ସହକାରୀ ଜିଲ୍ଲାପାଳ ସୁସ୍ମିତା ଯେତେବେଳେ ନିଜ ଘରୁ ଆସି ଏକ ହୋଟେଲରେ ରହୁଥିଲେ ସେତେବେଳେ ତାଙ୍କୁ ସୁରକ୍ଷା ଦେଉଥିଲେ ଓ ତାଙ୍କ ପାଖକୁ ବାରମ୍ବାର ଯାଉଥିଲେ । ତେବେ ଗତକାଲି ଏକ ବସ ଓ କାର ଦୁର୍ଘଟଣା ପରେ ଉଭୟ ଗୋଷ୍ଠି ଆରଏମସି ପାଖରେ ମୁହାଁମୁହିଁ ହେବା ଖବର ପାଇ ଉଦିତନଗର ପୁଲିସ ଥାନାରେ ଅନେକ ପୁରୁଷ ଅଫିସର ଥିବା ସତ୍ବେ ଏହି ମହିଳା ଅଫିସରଙ୍କୁ ପଠାଯାଇଥିଲା।ସେଠାରେ ଅଫିସର ଜଣକ ଉଭୟ ପକ୍ଷଙ୍କୁ ବୁଝାଇ ଗାଡି ଉପରେ ଦିର୍ଘ ନିଶ୍ଵାସ ନେଇଥିଲେ ବୋଲି ଜଣେ ଗଣ୍ଡଗୋଳକାରୀ କହିଛନ୍ତି । ତେବେ କିଛି ସମୟ ପରେ ସେ ପଡିଜିବା ପରେ ତାଙ୍କୁ ଆରଜିଏଚକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ । କିନ୍ତୁ, ସ୍ଵର୍ଗୀୟା ପୁଲିସି ଅଧିକାରୀଙ୍କ ସ୍ଵାମୀ କହିଛନ୍ତି ତାଙ୍କ ମୁହଁରୁ ରକ୍ତ ବାହାରୁଥିଲା, ଗାଲ ଫୁଲିଥିଲା, ତେଣୁ ଜଣେ ପୁଲିସ ଅଧିକାରୀଙ୍କୁ ଥାନା ଓ ଏସପି ଅଫିସରୁ ଅଳ୍ପ ଦୂରରେ ବାଡେଇ ବାଡେଇ ହତ୍ୟା କରିଦିଆଗଲା। ଏହା ଠାରୁ ଦୁର୍ଭାଗ୍ୟର କଥା ଆଉ କଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଗୋଟାଏ ପାଖରେ ସ୍ଵର୍ଗୀୟା ଅଫିସରଙ୍କ ସ୍ଵାମୀଙ୍କ ଅଭିଯୋଗ ହେଉଛି ହତ୍ୟା, ସେପଟେ ସୁସ୍ମିତାଙ୍କ ପାଖକୁ ଏହି ଅଧିକାରୀ ଜଣକ ବାରମ୍ବାର ଯାଇଥିଲେ କାଳେ କିଛି ଗୁଢ ରହସ୍ୟ ତାଙ୍କ ପାଖରେ ସୁସ୍ମିତା ଖୋଲିଦେଇଛନ୍ତି ସବୁ କଥାର ପର୍ଦ୍ଦାଫାସ ହୋଇଜିବ ତେଣୁ ତାଙ୍କୁ କୌଶଳ କ୍ରମେ ହଟାଇ ଦିଆଗଲା ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି । କାରଣ ଏହି ମୃତ ଅଫିସରଙ୍କ ସମେତ ଜିଲ୍ଲାପାଳ, ଏଡିଏମ, ବିଡିଓ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ସୁସ୍ମିତାଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଅଣାଯାଉ ବୋଲି ସୁସ୍ମିତାଙ୍କ ଭାଇ ଲିଖିତ ଭାବେ ପୁଲିସକୁ ଜଣାଇଥିଲେ। କିନ୍ତୁ ଏଯାଏ ପୁଲିସ ହାତବାନ୍ଧି ବସିଛି । ରାଉରକେଲାରେ ଜଣକ ପରେ ଜଣେ ଆଦିବାସୀ ମହିଳା ଅଧିକାରିଙ୍କ ମୃତ୍ୟୁ ହୋଇଚାଲିଥିବା ବେଳେ ପୁଲିସ ଏନେଇ ଖିଅ ନପାଇବା, ମାମଲାକୁ ଧରି ବସି ରହିବା, ପୁଲିସ ବିଭାଗର ବାବୁ ମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଏ ଦିଗରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।