ପଦାରେ ପଡ଼ିଲା ବିଜେପିର ସାଂଗଠନିକ ଅବ୍ୟବସ୍ଥା
କେନ୍ଦ୍ରାପଡ଼ା, ୨୮ ଜାନୁଆରୀ – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବୋକ୍ତା ଆନ୍ତର୍ଜାତୀୟ ସାଂସଦ ପରିଷଦର କାର୍ଯ୍ୟକାରୀ ସଦସ୍ୟା ତଥା ପ୍ରଭାବଶାଳୀ ସାଂସଦ ଅପରାଜିତା ଷଡଙ୍ଗୀ ଶନିବାର କେନ୍ଦ୍ରାପଡା ଗସ୍ତରେ ଆସି ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତର ଉଦ୍ଦେଶ୍ୟ ପ୍ରକାଶ କରିବା ସହ ଜିଲ୍ଲାର ସାମୁହିକ ବିକାଶ ଉପରେ ପ୍ରଶ୍ନ କରିଥିଲେ । ତେବେ ଏହି ଗସ୍ତକୁ ନେଇ ବିଜେପିର ଜିଲ୍ଲା ସଂଗଠନରେ ଥିବା ଆଭ୍ୟନ୍ତରୀଣ ଅବ୍ୟବସ୍ଥା ପଦାରେ ପଡି ଯାଇଥିବା ଆଲୋଚନା ଜୋର ଧରିଛି । ଗୋଟିଏ ଦିନରେ ଜଣେ ପ୍ରଭାବଶାଳୀ ସାଂସଦଙ୍କ ଜିଲ୍ଲା ଗସ୍ତ ଓ ଅପରପକ୍ଷରେ ସେହିଦିନ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ହେବା ଫଳରେ ଅପରାଜିତାଙ୍କ ଗସ୍ତକୁ ନେଇ ବିଜେପି ଯେଉଁ ରାଜନୈତିକ ଲାଭ ହାସଲ କରିଥାନ୍ତା ତାହା ଆଭ୍ୟନ୍ତରୀଣ ଅବ୍ୟବସ୍ଥା ଯୋଗୁଁ ହାସଲ ହୋଇପାରି ନାହିଁ । ଏହାକୁ ନେଇ ଜିଲ୍ଲାରେ ବିଜେପି ଚାରି ଗୋଷ୍ଠୀରେ ଭାଗ ହୋଇଥିବା ସ୍ପଷ୍ଟ ବାରିହୋଇ ପଡିଛି । ଆଜି ଦିନ ପ୍ରାୟ ୧୨ଟା ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ଚକ୍କୋଳ ଠାରେ ପହଁଚିବା ପରେ ତାଙ୍କୁ ବିପୁଳ ସମ୍ବର୍ନ୍ଧନା ଦିଆଯାଇ କେନ୍ଦ୍ରାପଡା ଅଭିମୁଖେ ପ୍ରସ୍ଥାନ କରାଯାଇ ଥିଲା । ସହରର ମୁଖ୍ୟ ଦ୍ୱାରା ତିନିମୁହାଣୀ ଠାରେ ଦଳୀୟ କର୍ମର୍ୀ, ଶୁଭେଚ୍ଛୁ ଓ ସମର୍ଥକ ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ନ୍ଧନା ଦିଆଯିବା ପରେ ଶ୍ରୀମତୀ ଷଡଙ୍ଗୀ ଏକ ବିରାଟ ପଟୁଆରରେ ପଦଯାତ୍ରା କରି ପ୍ରାୟ ୫ କିମି ବାଟ କେଶପୁର ବଜାର ଠାରେ ପହଁଚି ଥିଲେ । ସହରର ବିଭିନ୍ନ ଛକ ଓ ବଜାର ମାନଙ୍କରେ ତାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇ ଥିଲା । ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାର ବିକାଶ ପାଇଁ ଉପଯୁକ୍ତ ଯତ୍ନ ନିଅଯାଇ ନଥିବା ଅଭିଯୋଗ କରିଥିଲେ । ଜିଲ୍ଲାର ୬୫ ଭାଗ ଚାଷ ଜମିକୁ ଏପର୍ଯ୍ୟନ୍ତ ଜଳ ସେଚନ କରାଯାଇ ନଥିବା ବେଳେ ଭିତରକନିକା ଜାତୀୟ ଅଭୟାରଣ୍ୟ ବୀଶ୍ୱ ପର୍ଯ୍ୟଟନ ଦରବାର ରେ ସ୍ଥାନ ପାଇ ନଥିବାରୁ ନିଯୁକ୍ତି ହ୍ରାସ ପାଉଛି ବୋଲି ଅବିଯୋଗ କରିଥିଲେ । ଏହା ସହ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଖୁବଶିଘ୍ର ଚାଲିବାର ଦିଆଯାଇ ଥିବା ପ୍ରତିଶୃତିକୁ ଦୋହରାଇ ଥିଲେ । ପାରାଦ୍ୱୀପ ବନ୍ଦର ସିଏସଆର ଫଣ୍ଡ ଜିଲ୍ଲାପାଇଁ ବିନିଯୋଗ ହୋଇପାରୁ ନଥିବା ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କ ଇଛାଶକ୍ତି ଅଭାବରୁ ଜିଲ୍ଲାର ବିକାଶ ବାଧା ପାଉଥିବା ସୂଚନା ଦେଇଥିଲେ । ଶ୍ରୀ ବଳଦେବଜୀଉ ମନ୍ଦିରର ଉନ୍ନତି ପାଇଁ ଆସିଥିବା ୧୨କୋଟି ଟଙ୍କାରୁ ଏପର୍ଯ୍ୟନ୍ତ ୧୦କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନଥିବା ଅଭିଯୋଗ କରିବା ସହ ଏ ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନିକୁଞ୍ଜ କିଶୋର ପଟ୍ଟନାୟକ, ଜୀବନ କୁମାର ସାହୁ, ନଗର ସଭାପତି ଦିଲିପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର କୈାଣସି ପ୍ରମୁଖ ନେତା ଉପସ୍ଥିତ ନଥିବାରୁ ସାଂଗଠନିକ ଦୁର୍ବଳତା ଓ ଅବ୍ୟବସ୍ଥା ବାରିହୋଇ ପଡିଥିଲା ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି