ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣକାରୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣକାରୀ ।
ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେପାଇ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ। ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୮୮ କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ଉପ ନିରୀକ୍ଷକ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ସହ କାରକୁ ଜବତ କରାଯାଇଛି। ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।