ରାଉରକେଲା : ରାଉରକେଲା ଏଡିଏମ ଅଫିସରେ କାମ କରୁଥିବା ସହକାରୀ ଜିଲ୍ଲାପାଳ ସୁସ୍ମିତାଙ୍କ ମୃତ୍ୟୁକୁ ନେଇ ଦିନ ଗଡିଚାଲିଥିବା ବେଳେ ଏଯାଏ ପୁଲିସ ସୁସ୍ମିତାଙ୍କ ପରିବାରର ଅଭିଯୋଗକୁ ନେଇ ମାମଲା ରୁଜ୍ଜୁ କରୁନାହିଁ, ସେପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ହେଉଥିବା ଜିଲ୍ଲାପାଳ ସୁନ୍ଦରଗଡ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିରବତା ସେମାନଙ୍କ ପ୍ରତି ସାଧାରଣରେ ସନ୍ଦେହ ଅଧିକରୁ ଅଧିକ ବଢିବାରେ ଲାଗିଛି ।
ଗତ ମାସ ୧୯ ତାରିଖରେ ସୁସ୍ମିତାଙ୍କ ଶବ ମିଳିବା ପରେ ଏହି ଘଟଣାକୁ ନେଇ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଦାୟୀ ବୋଲି ତାଙ୍କ ମା ଓ ଭାଇ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ। ପୋଷ୍ଟ ମର୍ଟମ ରିପୋର୍ଟ ପାଣିରେ ବୁଡି ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିବା ପରେ ପରିବାର ଲୋକେ କହିଛନ୍ତି ସୁସ୍ମିତାଙ୍କ ଶରୀରରେ ଅନେକ ଦାଗ ରହିଥିଲା ତାଙ୍କୁ ହତ୍ୟା କରାଯାଇଛି, ତେଣୁ ପୋଷ୍ଟମର୍ଟମ ରିପୋର୍ଟକୁ ସେମାନେ ଗ୍ରହଣ କରିବେ ନାହିଁ । ଏହାରି ଭିତରେ ଘଟଣାର ସିବିଆଇ ତଦନ୍ତ ଦାବି କରି ହଜାର ହଜାର ମହିଳା ଧାରଣା ଓ ଏଡିଏମ ଅଫିସ ଘେରାଉ କରିଥିବା ବେଳେ ଆଦିବାସୀ ନେତା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି, କହିଛନ୍ତି ତାଙ୍କୁ ହତ୍ୟା କରାଯାଇଛି, ହତ୍ୟା ପୂର୍ବରୁ ତାଙ୍କ ଉପରେ ଅତ୍ୟାଚାର କରାଯାଇଛି ତେଣୁ ଏହାର ସଠିକ ତଦନ୍ତ ଲାଗି ୩ ତାରିଖରେ ତାଙ୍କ ପକ୍ଷରୁ ଏସପି ଅଫିସ ଘେରାଉ କରାଯିବ । ଘଟଣାର ଚାପ ଅଧିକ ହେବା ପରେ ଏହି ଘଟଣାର ତଦନ୍ତ ଭାର ଜଣେ ଡିଏସପିଙ୍କୁ ଦିଆଯାଇଥିବା ବେଳେ ମାମଲାରେ ନ୍ୟାୟ ତାଙ୍କ ପରିବାରକୁ ଦେବା ଲାଗି କଥା ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜଣେ ଆଦିବାସୀ ଝିଅ ଯଦି ମାନସିକ ଚାପରେ ଥିଲେ ତାଙ୍କ ଲାଗି ମୃତ୍ୟୁ ଆଗରୁ ହୋଟେଲ ବୁକ କରିଥିଲେ କିଏ, ସେଠାରେ କେଉଁମାନେ ତାଙ୍କୁ ଭେଟୁଥିଲେ, ସୁସ୍ମିତାଙ୍କ ଚାଲିଚଳନ କଣ ଥିଲା ତାହା ନିଶ୍ଚୟ ହୋଟେଲ ସିସି କ୍ୟାମେରାରେ ରହିଥିବ, ସେପଟେ ଯଦି ମା ଓ ଭାଇ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହୁଛନ୍ତି ତେବେ କଣ ସେ ଭିତିରି କଥା ରହିଛି। କିପ୍ରକାର ଚାପରେ ସେ ଥିଲେ, ଏମାନଙ୍କର କିପ୍ରକାର ଚାପ ରହୁଥିଲା ସେନେଇ ଉଭୟ ମୁହଁ ଖୋଲି ନାହାନ୍ତି କିମ୍ବା ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ଏଯାଏ ପଚାରି ନାହାନ୍ତି ।
ଅନ୍ୟପକ୍ଷରେ ସୁସ୍ମିତା ଯେହେତୁ ଜମିଜମା ମାମଲାରେ ରହୁଥିଲେ ତେଣୁ ତାଙ୍କ ଉପରେ ବଡ ବଡ ବିଲ୍ଡର ଜମି ମାଫିଆଙ୍କ ନଜର ନିଶ୍ଚୟ ରହିଥିବ, କିଏ କଣ ସଂପର୍କରେ ଥିଲେ ଏଭଳି ଜମି ମାମଲାରେ ତାଙ୍କ ମୃତ୍ୟୁ ପୂର୍ବରୁ କଣ ସବୁ ରହିଥିଲା ତାହା ନିଶ୍ଚୟ ତଦନ୍ତ ସାପେକ୍ଷ । ଘଟଣାଟି ଦିନକୁ ଦିନ ନାନା କଥାରେ ଛନ୍ଦି ହୋଇଯାଉଥିବା ବେଳେ ଏହାକୁ ନେଇ ରାଜ୍ୟରେ ପୁଲିସ ଓ ସାଧାରଣ ପ୍ରଶାସନିକ ବ୍ୟବସ୍ଥା ଉପରେ ସନ୍ଦେହ ବଢି ଚାଲିଛି ।