ବଲାଙ୍ଗିର : ଆଜି ବଲାଙ୍ଗୀର ଜିଲ୍ଲା କନ୍ଧପାଲି ପଡ଼ା ଠାରେ ମୁନିସିପାଲିଟି ଓ ନରିଶକ୍ତି ଫାଉନଡେଶନ ମିଳିତ ଭାବେ ଏକ ସ୍ୱଚ୍ଛତା ରାଲି କରି ସମସ୍ତଙ୍କୁ ସ୍ୱଚ୍ଛ ଭାରତ ର ବାର୍ତ୍ତା ଦେବା ସହ ପଡ଼ା ଓ ସ୍କୁଲ ର ସବୁ ସ୍ଥାନ ସଫା ସୁତୁରା କରିଥିଲେ । ଏଥିରେ ଉକ୍ତ ୱାର୍ଡ ର କାଉନସିଲ୍ ର ସରିତା ଦାସ ଯୋଗ ଦେଇ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ।ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ହରିଶଙ୍କର ସାଏ,ପ୍ରତାପ ରଥ, ଦେବେସ ରାଉତ ,ମହିଳା ଆରୋଗ୍ୟ ସମିତି ର ସଦସ୍ୟ ମାନେ ,ଆଶା କର୍ମୀ, ସି ଆର ପି ଏଫ୍ ର କର୍ମଚାରୀ ଓ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧ ପାଲି ର ଷ୍ଟାଫ୍ ମାନେ ଇତ୍ୟାଦି ଯୋଗ ଦେଇ ଏହାର ସୁପରିଚାଳନା କରିଥିଲେ।