ନୂଆଦିଲ୍ଲୀ : ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ଡବଲ୍ସ ଯୋଡ଼ି ରାମକୁମାର ରାମନାଥନ ଏବଂ ସାକେତ ମିନେନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଭଲ ଖବର । ଆମ ଟେନିସ୍ ଖେଳାଳିଙ୍କୁ ଧନ୍ୟବାଦ । ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ମେନ୍ସ ଡବଲ ଯୋଡ଼ି ରାମକୁମାର ରାମନାଥନ ଏବଂ ସାକେତ ମିନେନିଙ୍କୁ ଅଭିନନ୍ଦନ । ସେମାନଙ୍କ ଅସାଧାରଣ ପ୍ରତିଭା ଆମକୁ ଆଶ୍ଚର୍ଯ୍ୟ କରିଛି । ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ମୋର ଶୁଭକାମନା ।’