ଭୁବନେଶ୍ୱର, 1 ଅକ୍ଟୋବରଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ସ୍ୱେଚ୍ଛାକୃତ ରକ୍ତ ଦାନ ହେଉଛି ମାନବିକତାର ଶ୍ରେଷ୍ଠ କାର୍ଯ୍ୟ ଏବଂ ପର୍ଯ୍ୟାପ୍ତ ଓ ନିରାପଦ ରକ୍ତ ଯୋଗାଣରେ ଦାତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ତେବେ ଆସନ୍ତୁ ଏହି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସରେ ରକ୍ତଦାନ ପାଇଁ ସଚେତନତା ବୃଦ୍ଧି କରିବା ଏବଂ ଆବଶ୍ୟକ ଥିବା ଲୋକଙ୍କୁ ସହଯୋଗ କରିବା ଏବଂ ଜୀବନ ବଞ୍ଚାଇବା ।