ଫିରୋଜାବାଦ :- ଜିଲ୍ଲା କୋର୍ଟ ଶନିବାର ଦିନ ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀଙ୍କୁ କୋର୍ଟ ମଧ୍ୟ ଜୋରିମାନା ଲଗାଇଛନ୍ତି ଯଦି ସେ ଜୋରିମାନା ନ ଦିଅନ୍ତି ତେବେ ତାଙ୍କୁ ଅତିରିକ୍ତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ।
ଖେରଗଡ ପୋଲିସ ଷ୍ଟେସନ ଅଂଚଳର ବାସିନ୍ଦା ୧୬ ବର୍ଷର ବାଳିକା ସେ ଜଣେ ୧୧ ଶ୍ରେଣୀର ଛାତ୍ର ଥିଲେ । ସେ ୩୦ ଡିସେମ୍ବର ୨୦୧୬ ରେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇଥିଲେ । ଯେତେବେଳେ ସେ ସ୍କୁଲରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ, ପରିବାର ସଦସ୍ୟ ତାଙ୍କୁ ବିଭିନ୍ନ ଜାଗାରେ ଖୋଜିଥିଲେ । କିନ୍ତୁ କୌଣସି ଜାଗାରେ କିଛି ମିଳିଲା ନଥିଲା । ଗାଁର କିଛି ଲୋକ ପରିବାର ଲୋକଙ୍କୁ କହିଥିଲେ ତାଙ୍କ ଝିଅ ଫିରୋଜାବାଦରେ ସୁମିତଙ୍କ ସହ ଦେଖିଥିବା କହିଥିଲେ । ବାପା ପୋଲିସ ଷ୍ଟେସନରେ ପହଂଚି ଓମନଗରର ବାସିନ୍ଦା ସୁମିତ କୁମାରଙ୍କ ବିରୋଧରେ ରିପୋର୍ଟ ଦାଖଲ କରିଥିଲେ । ପରେ ପୋଲିସ ନିଖୋଜ ଝିଅ ଏବଂ ସୁମିତଙ୍କୁ ଉଦ୍ଧାର କରିଥିଲା ।
ପୋଲିସର ତଦନ୍ତ ପରେ ସୁମିତ କୁମାରଙ୍କ ବିରୋଧରେ ପ୍ରଲୋଭନ ଓ ବଳାତ୍କାର ଧାରା ଆଇନ୍ ଅଧୀନରେ ଏକ ଚାର୍ଜସିଟ ଦାଖଲ କରିଥିଲା । ଏହି ମାମଲା ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍, ସ୍ୱତନ୍ତ୍ର ଜଜ୍ ପୋକସୋ ବିଜୟ କୁମାର ଆଜାଦଙ୍କ କୋର୍ଟରେ ଚାଲିଥିଲା । ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅଜମୋଦ ସିଂହ ଚୌହାନ କହିଛନ୍ତି ଯେ ଶୁଣାଣି ସମୟରେ ଅନେକ ସାକ୍ଷୀଙ୍କ ସାକ୍ଷ୍ୟ ତଥା ପ୍ରମାଣ ଆଧାରରେ ବିଚାରପତି ସୁମିତ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅପରାଧୀଙ୍କ ଉପରେ ୨୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଯଦି ତାଙ୍କଠାରୁ ଜରିମାନା ଆଦାୟ ନକରନ୍ତି, ତେବେ ତାଙ୍କୁ ଏକ ବର୍ଷର ଅତିରିକ୍ତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ।