ରାୟପୁର – ମୁଖ୍ୟମନ୍ତ୍ରୀ ଭୁପେଶ ଶନିବାର ଦିନ ରାଜଧାନୀ ରାୟପୁରର ବାସଭବନରୁ ଛତିଶଗଡର ୦୧ ଲକ୍ଷ ୩୫ ହଜାର ୧୦୪ ଶିକ୍ଷିତ ବେକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ୩୫ କୋଟି ୪୮ ଲକ୍ଷ ୭ ହଜାର ୫୦୦ ସିଧାସଳଖ ବେକାରୀ ଭତା ସ୍ଥାନାନ୍ତର କରିଛନ୍ତି । ବେକାରୀ ଭତା ଯୋଜନା ଅଧୀନରେ ବର୍ତମାନ ପର୍ଯ୍ୟନ୍ତ ୧୮୨ କୋଟି ୪୭ ଲକ୍ଷ ୨ ହଜାର ୫୦୦ ବେକାରୀ ଭତା ହିତାଧିକାରୀଙ୍କୁ ୬ ଟି କିସ୍ତିରେ ପ୍ରଦାନ କରାଯାଇଛି ।
ବେରୋଜଗାରୀ ଭତା ଯୋଜନା ଅଧୀନରେ, ଏପ୍ରିଲ ମାସରୁ ୨ ଲକ୍ଷ ୧ ହଜାର ୪ ଶହ ୪୩ ଆବେଦନ ଗ୍ରହଣ କରାଯାଇଛି, ଯେଉଁଥିରୁ ୯୪ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୭୯ ହଜାର ୪୯୪ ଆବେଦନ ଅନୁମୋଦନ ପାଇଁ ସୁପାରିଶ କରାଯାଇଛି ।
ଯୁବକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାର ଉଦ୍ଦେଶ୍ୟ କେବଳ ଶିକ୍ଷିତ ବେରୋଜଗାରୀଙ୍କୁ ଆର୍ôଥକ ସହାୟତା ଯୋଗାଇବା ନୁହେଁ, ବରଂ ଆମର ଲକ୍ଷ୍ୟ ହେଉଛି ସେମାନଙ୍କୁ ରୋଜଗାର ଏବଂ ଆତ୍ମନିର୍ଭରଶୀଳ କରିବା । ସେ କହିଛନ୍ତି ଯେ ଏହି ଯୋଜନାର ହିତାଧିକାରୀଙ୍କ ପାଇଁ ଦକ୍ଷତା ତାଲିମ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ସେମାନେ ସେମାନଙ୍କର ଦକ୍ଷତା ବୃଦ୍ଧି କରି ନିଯୁକ୍ତି ଏବଂ ସ୍ୱୟଂ ନିଯୁକ୍ତି ସୁଯୋଗର ଲାଭ ଉଠାଇ ପାରିବେ ।