ଭଦ୍ରକ : ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଅଭିେଯାଗରେ କିଛିଦିନ ତଳେ ଗିରଫ ହୋଇ ଜେଲ୍ରେ ରହୁଥିଲେ। ଜେଲ୍ରେ ଶୌଚ ପାଇଖାନା ଯାଇଥିବାବେଳେ ଧାରୁଆ ଅସ୍ତ୍ରରେ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟି ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିସôାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନାେଯାଗ୍ୟ, ଭଦ୍ରକ ଜିଲା ଉପ କାରଗାରରେ ଏମିତି ଅଭିେଯାଗ ଘଟିଛି। ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଅଂଚଳର ସୁଶାନ୍ତ ମାଝୀଙ୍କ ନାଁରେ ତାଙ୍କ ସ୍ତ୍ରୀ ତିହିଡି ଥାନାରେ ଅଭିେଯାଗ କରିଥିଲେ। ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଅଭିେଯାଗ ପରେ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ଅପରାହ୍ନ ସମୟରେ ଶୌଚ ପାଇଖାନା ଯାଇଥିଲେ ସୁଶାନ୍ତ। ତେବେ ସେଠାରେ ଧାରୁଆ ଅସ୍ତ୍ରରେ ନିଜ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟିବା ସୂଚନା ମିଳିବା ପରେ ଜେଲ୍ କର୍ମଚାରୀମାନେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ି କରିଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ମଧ୍ଯ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ ଧାରୁଆ ଅସ୍ତ୍ରରେ କାଟିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହó। କିନ୍ତୁ ମଶାଧୂପ ଷ୍ଟାଣ୍ଡରେ ହାତ, ଗୋଡ ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିଛି। ଘଟଣାକୁ ନେଇ ଜେଲ୍ କର୍ୃପକ୍ଷ ମଧ୍ଯ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।