ଭୁବନେଶ୍ୱର : ମୁଁ ନିଜେ ମଧ୍ୟ ଏଠାରେ ଅସୁରକ୍ଷିତ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିରୋଧୀ ଦଳ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି, ମୁଁ ନିଜେ ମଧ୍ୟ ଏଠାରେ ଅସୁରକ୍ଷିତ। ଅଗଷ୍ଟ 25 ତାରିଖରେ ମୋ ଉପରେ ଆକ୍ରମଣ ହୋଇଥିଲା। ତେଣୁ ବିରୋଧୀ ଦଳ ନେତା ଅସୁରକ୍ଷିତ ରହିବା ସ୍ୱାଭାବିକ। ସରକାର ଆସିବା ପାଇଁ ଏମିତି ପ୍ରୟାସ ହେଉଛି। ବିଜେଡି ନିର୍ବାଚନ ଲଢ଼ି ଜିତିପାରିବ ନାହିଁ। ତେଣୁ କିଏ ମଲେ ସେମାନେ ସରକାରକୁ ଆସିବ। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ଥରେ ଫେୟାରରେ ନିର୍ବାଚନ କରନ୍ତୁ। ମୁଖ୍ୟମନ୍ତ୍ରୀ ରାଜ୍ୟରେ କେତେ ଲୋକପ୍ରିୟ ଜଣା ପଡିବ।