ନୂଆଦିଲ୍ଲୀ : ୨୦୨୩ ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ।
ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା ।
ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି । ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ ।’