ନୂଆଦିଲ୍ଲୀ : “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ । ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ । ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ । ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ।